ବର୍ଷା ଦିନ ଘରେ ପ୍ରସ୍ତୁତ କରନ୍ତୁ ଅତି ସୁଆଦିଆ ‘କଙ୍କଡ଼ା ବରା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ବର୍ଷା ଦିନ ଘରେ ପ୍ରସ୍ତୁତ କରନ୍ତୁ ଅତି ସୁଆଦିଆ ‘କଙ୍କଡ଼ା ବରା’

wada

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, କଟା ପିଆଜ, ହଳଦୀ, ଚାଉଳ ଗୁଣ୍ଡ, ଅଦା,ରସୁଣ ଓ କଞ୍ଚା ଲଙ୍କା ପେଷ୍ଟ୍‌, ତେଲ, ବୁଟ, ଲୁଣ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ଭଲ ଭାବେ ଧୋଇ ଭାଙ୍ଗି ଦିଅନ୍ତୁ। ଏବେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଭଙ୍ଗା ଯାଇଥିବା କଙ୍କଡ଼ାକୁ ପକାନ୍ତୁ। ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଭାଜନ୍ତୁ।

କଙ୍କଡ଼ା ଭଲ ଭାବେ ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଛେଚି ଗୁଣ୍ଡ କରି ଦିଅନ୍ତୁ। ତା’ପରେ ଭିଜା ବୁଟରେ ଅଦା, ରସୁଣ, ପିଆଜ ଓ କଞ୍ଚାଲଙ୍କା ପକାଇ ବାଟି ଦିଅନ୍ତି। ଆଉ ଏହାକୁ ଛେଚା ହୋଇଥିବା କଙ୍କଡ଼ାରେ ପକାଇ ଦିଅନ୍ତୁ। ଏହା ପରେ ଏଥିରେ ଚାଉଳ ଗୁଣ୍ଡ, କଟା ପିଆଜ, ଅଦା-ରସୁଣ ପେଷ୍ଟ୍‌, ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏବେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ଢାଳନ୍ତୁ। ତେଲ ଗରମ ହୋଇଗଲା ପରେ ବିଭିନ୍ନ ମସଲା ଏବଂ ବୁଟ ବଟା ଓ ଚାଉଳ ଗୁଣ୍ଡ ଦ୍ୱାରା ଗୋଳାଯାଇ ରଖାଯାଇଥିବା କଙ୍କଡ଼ା ଛେଚାକୁ ବରା ଆକୃତିର କରି ତେଲରେ ଛାଡ଼ି ଦିଅନ୍ତୁ।

ମନେ ରଖିବେ ଏହାକୁ ତେଲରେ ଛଣା ଯିବନି। କେବଳ ଏପଟ ସେପଟ ଓଲଟାଇ ଭଜା ହେବ। ତେଣୁ କଡ଼େଇରେ ଏକା ଥରକେ ଅଧିକ ତେଲ ଢାଳନ୍ତୁ ନାହିଁ। ଭାଜି ହୋଇଗଲା ପରେ ବରାଗୁଡ଼ିକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଙ୍କଡ଼ା ବରା।

 



from Odisha Reporter https://ift.tt/2NOVO3Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages