
ବାରିପଦା(ଓଡ଼ିଶା ରିପୋର୍ଟର): ଜଣେ ନକଲି ଆଇଆର୍ଏସ୍ ଅଫିସରକୁ ପୁଲିସ୍ ଗିରଫ କରିଛି। ନିଜକୁ ଭାରତୀୟ ରାଜସ୍ୱ ସେବା ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ବେଳେ ବାରିପଦା ପୁଲିସ୍ ହାତରେ ଧରାପଡ଼ିଛନ୍ତି ଏହି ବ୍ୟକ୍ତି। ତାଙ୍କ ନାଁ ରଜତ କୁମାର ପଣ୍ଡା। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ବଉଳପାଳ ଗାଁରେ।
ତାଙ୍କଠାରୁ ଦୁଇଟି ମୋବାଇଲ୍, ୧୦ହଜାର ଟଙ୍କା ଓ ଅନେକ ଜାଲ୍ କାଗଜପତ୍ର ଜବତ କରାଯାଇଛି।
ପୂର୍ବରୁ ମଧ୍ୟ ରଜତ ଅନେକ ଲୋକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଠକିଥିଲେ। ଆଉ ଏହି ଅଭିଯୋଗରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲେ।
ଜେଲ୍ରୁ ମୁକୁଳିବା ପରେ ପୁଣି ନିଜକୁ ଆଇଆରଏସ୍ ଅଫିସର୍ କହି ବାରିପଦାର ଜଣେ ମହିଳାଙ୍କୁ ଏନ୍ଜିଓରେ ଚାକିରି କରାଇ ଦେବାକୁ କହି ୩୦ ହଜାର ଟଙ୍କା ମାଗିଥିଲେ।
ତେବେ ମହିଳା ଜଣଙ୍କ ତାଙ୍କ ଚାଲ୍ ଧରି ପାରିଥିଲେ ଓ ଏନେଇ ଟାଉନ୍ ଥାନାରେ ଜଣାଇଥିଲେ।
ତା’ପରେ ପୁଲିସ୍ ଏହି ନକଲି ଅଫିସର୍ଙ୍କୁ ଗିରଫ କରିଥିଲା।
from Odisha Reporter https://ift.tt/2IktLav
No comments:
Post a Comment