ଜବତ ହେଲା ୯ କିଲୋ କ୍ଷତିକାରକ କେମିକାଲ୍‌, ନେଇଯାଇଥା’ନ୍ତା ୪୦ ରୁ ୫୦ ଲକ୍ଷଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଜବତ ହେଲା ୯ କିଲୋ କ୍ଷତିକାରକ କେମିକାଲ୍‌, ନେଇଯାଇଥା’ନ୍ତା ୪୦ ରୁ ୫୦ ଲକ୍ଷଙ୍କ ଜୀବନ

ooo

ଭୋପାଲ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବେଆଇନ୍ ଲାବୋରୋଟରୀରୁ ୯ କିଲୋଗ୍ରାମ କ୍ଷତିକାରକ ରାସାୟନିକ ପଦାର୍ଥ (ଫେଣ୍ଟାନିଲ୍‌) ଜବତ କରାଯାଇଛି।

ଏହାର ପ୍ରଭାବ ଏତେ ଯେ ୪୦ରୁ ୫୦ ଲକ୍ଷ ଲୋକଙ୍କ ଜୀବନ ନେଇ ପାରିଥାଆନ୍ତା। ଏହା ଶରୀରରେ ଦ୍ରୁତ ଗତିରେ ବ୍ୟାପି ଥାଏ। ମାତ୍ର ୨ ମିଲିଗ୍ରାମ ଫେଣ୍ଟାନିଲ୍‌ ଜଣେ ବ୍ୟକ୍ତିର ଜୀବନ ନେଇପାରିବ। ନାକରେ ଏହା ଗନ୍ଧ ବାଜିଲେ ବି ବିପଦ ରହିଥାଏ। ଚର୍ମ ଦେଇ ବି ଏହା ଶରୀର ଭିତରକୁ ସହଜରେ ସଞ୍ଚରି ଯାଇପାରେ।

ଏହାକୁ ପେନ୍‌ କିଲର ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଏ। ୧ କେଜି ଫେଣ୍ଟାନିଲ୍‌ରୁ ୧୦ ଲକ୍ଷ ପେନ୍ କିଲର ବଟିକା ତିଆରି କରାଯାଇପାରିବ। ହେରୋଇନ୍ ଠାରୁ ଏହା ୫୦ ଗୁଣା ଶକ୍ତିଶାଳୀ। ସେହିପରି ମର୍‌ଫିନ୍‌ଠାରୁ ଏହା ୧୦୦ ଗୁଣା ଶକ୍ତିଶାଳୀ।

ଏହି କେମିକାଲ୍ ରଖିବା ଅଭିଯୋଗରେ ଆମେରିକାକୁ ଘୃଣା କରୁଥିବା ଜଣେ ପିଏଚ୍‌ଡି ଛାତ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ସହି ମେକ୍ସିକୋର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।

ଡାଇରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍‌ଆଇ) ଡିଆର୍‌ଡିଓର ଏକ ବୈଜ୍ଞାନିକ ଟିମ୍ ସହିତ ମିଶି ପ୍ରାୟ ଏକ ସପ୍ତାହ ଧରି ସର୍ଚ୍ଚ ଅପରେସନ୍ କରିବା ପରେ ଏହି ବେଆଇନ୍ ଲାବୋରୋଟରୀର ସନ୍ଧାନ ପାଇଥିଲା ଓ ଏହି କ୍ଷତିକାର ରାସାୟନିକ ପଦାର୍ଥକୁ ଜବତ କରିଥିଲା।

ଏତେ ପରିମାଣରେ ଫେଣ୍ଟାନିଲ୍‌ ମିଳିବା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କାରଣ ଏହାକୁ ତିଆରି କରିବା ଏତେ ସହଜ ନୁହେଁ। ଏଥିପାଇଁ ଅଭିଜ୍ଞତା ଓ ଅନୁଭବ ଦରକାର। ଉଚ୍ଚ ଗବେଷଣା କେନ୍ଦ୍ରରେ ତାଲିମପ୍ରାପ୍ତ ବୈଜ୍ଞାନିକମାନଙ୍କ ଦ୍ୱାରା ଏହାକୁ ତିଆରି କରାଯାଇଥାଏ।

ଜବତ କରାଯାଇଥିବା କେମିକାଲ୍‌ର ମୂଲ୍ୟ ପ୍ରାୟ ୧୧୦ କୋଟି ହେବ।

ଡ୍ରଗ୍ ମାଫିଆଙ୍କ ଦ୍ୱାରା ଆମେରିକାକୁ ଫେଣ୍ଟାନିଲ୍‌ ଯାଏ। ଆମେରିକା ସରକାରଙ୍କ ଏକ ହିସାବ ଅନୁଯାୟୀ କେବଳ ୨୦୧୬ରେ ଫେଣ୍ଟାନିଲ୍‌ର ଓଭରଡୋଜ୍ ନେଇ ସେଠାରେ ୨୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଏବେ ମେକ୍ସିକୋର କିଛି ଡ୍ରଗ୍ ମାଫିଆ ଭାରତରେ ଏହାକୁ ପ୍ରସ୍ତୁତ କରି ବାହାର ଦେଶକୁ ଚୋରା ଚାଲାଣ କରିବାକୁ ଆସିଛନ୍ତି। ପୂର୍ବରୁ ସେମାନେ ଏ କାରବାର ଚୀନରୁ ଚଳାଉଥିଲେ। ତେବେ ସେଠାରେ ଜୋରଦାର ଚଢ଼ାଉ ହେଲା ପରେ ସେମାନେ ଭାରତକୁ ପଳାଇ ଆସିଥିବା ଜଣାପଡ଼ିଛି।



from Odisha Reporter https://ift.tt/2xMm8p8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages