କାରବାରରେ ଠକିଲେ ଆର ଜନ୍ମରେ ପେଚା ହେବେ! ଜାଣନ୍ତୁ, କେଉଁ କର୍ମ କଲେ କି ଜନ୍ମ ମିଳେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

କାରବାରରେ ଠକିଲେ ଆର ଜନ୍ମରେ ପେଚା ହେବେ! ଜାଣନ୍ତୁ, କେଉଁ କର୍ମ କଲେ କି ଜନ୍ମ ମିଳେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ହିନ୍ଦୁ ଧର୍ମର ବିଭିନ୍ନ ଶାସ୍ତ୍ରରେ ପୁନର୍ଜନ୍ମର କଥା କୁହାଯାଇଛି।  ଗରୁଡ଼ ପୁରାଣ ଅନୁସାରେ, ବ୍ୟକ୍ତିଙ୍କର କର୍ମ ଅନୁସାରେ ମୃତ୍ୟୁ ପରେ ତାଙ୍କୁ ପୁନର୍ଜନ୍ମ ମିଳିଥାଏ। କେଉଁ କର୍ମ କଲେ କି ଜନ୍ମ ପାଇବେ, ତାହା ମଧ୍ୟ ଉଲ୍ଲେଖ କରାଯାଇଛି। ଏବେ ଆସନ୍ତୁ ଜାଣିବା, କେଉଁ କର୍ମରୁ କିପ୍ରକାର ଜନ୍ମ ମିଳିଥାଏ।

ବ୍ୟବସାୟରେ ଠକିଲେ:  ଗରୁଡ଼ ପୁରାଣ ଅନୁଯାୟୀ, ଯେଉଁ ବ୍ୟକ୍ତି ବ୍ୟବସାୟରେ କିଣାବିକା ଅବା ଟଙ୍କା ପଇସା କାରବାରରେ କପଟ ବା ଚାଲାକି କରି ଅନ୍ୟକୁ ଠକନ୍ତି, ତେବେ ସେମାନଙ୍କୁ ଆର ଜନ୍ମରେ ପେଚା ହୋଇ ଜନ୍ମ ହେବାକୁ ପଡ଼ିଥାଏ।

ବିନା ନିମନ୍ତ୍ରଣରେ ଅତିଥି: ବିନା ନିମନ୍ତ୍ରଣ ଅବା କେହି ନଡାକି ଥିଲେ ସୁଦ୍ଧା ଯଦି ଜଣେ ବ୍ୟକ୍ତି କାହା ଘରର କୌଣସି ଉତ୍ସବକୁ ଯାଇ ସେଠାରେ ଭୋଜନ କରିଥା’ନ୍ତି, ତେବେ ସେ ଆର ଜନ୍ମରେ କୂଆ ହୋଇ ଜନ୍ମ ନିଅନ୍ତି।

ଗୁରୁଙ୍କ ସହ ଯୁକ୍ତି: ଗୁରୁଙ୍କ ଆଗରେ ନିଜର ପ୍ରଶ୍ନ ରଖିବା ଓ ଜିଜ୍ଞାସା ଅନୁସାରେ ଉତ୍ତର ଚାହିଁବା, ସମସ୍ତ ଶିଷ୍ୟଙ୍କର ଅଧିକାର। କିନ୍ତୁ ନିଜ ଅଧିକାର କ୍ଷେତ୍ରରୁ ବାହାରି ଗୁରୁଙ୍କ ସହ ଅଯଥା ଯୁକ୍ତି କରିବା ଦ୍ୱାରା ଗୁରୁଙ୍କର ଅପମାନ ତ ହୋଇ ଥାଏ ଏହା ସହିତ ନିଜ ପାଇଁ ନର୍କର ଦ୍ୱାର ମଧ୍ୟ ଖୋଲିଥାଏ। ଗରୁଡ଼ ପୁରାଣ ଅନୁୟାୟୀ, ଗୁରୁଙ୍କ ସହ ଅଯଥା ଯୁକ୍ତି ବା କୁତର୍କ କରୁଥିବା ଶିଷ୍ୟ ପର ଜନ୍ମରେ ବ୍ରହ୍ମରାକ୍ଷସ ହୋଇ ଜନ୍ମ ନେଇଥା’ନ୍ତି।

ବନ୍ଧୁଙ୍କୁ ଧୋକା ଦେବା: ଯେଉଁମାନେ ପ୍ରଥମେ ଜଣଙ୍କ ସହ ବନ୍ଧୁତା ବନାଇ ପରେ ତାଙ୍କ ସହ ଛଳନା କରନ୍ତି ବା ତାଙ୍କୁ ଧୋକା ଦିଅନ୍ତି, ସେଭଳି ବ୍ୟକ୍ତି ମୃତ୍ୟୁ ପରେ ଶାଗୁଣା ରୂପେ ଜନ୍ମ ନିଅନ୍ତି, ଯିଏ ନିଜ ପେଟ ଭରିବା ପାଇଁ ମୃତ ଶରୀରକୁ ଖାଇଥାଏ।

ମାତା ପିତାଙ୍କୁ ଅସମ୍ମାନ: ଯେଉଁମାନେ ନିଜ ମାତାପିତା, ଭାଇ ଭଉଣୀ ଓ ଗୁରୁଜନଙ୍କ ସହ ଖରାପ ବ୍ୟହାର କରନ୍ତି ଓ ସେମାନଙ୍କୁ କଷ୍ଟ ଦେଇଥା’ନ୍ତି, ସେମାନଙ୍କର ପୂନଃଜନ୍ମ ତ ହୋଇଥାଏ, କିନ୍ତୁ ପୃଥିବୀପୃଷ୍ଠକୁ ଆସିବା ଲାଗି ସେମାନଙ୍କୁ ଅନେକ ଜନ୍ମ ଯାଏ ଅପେକ୍ଷା କରିବାକୁ ପଡ଼ିଥାଏ। କୁହାଯାଏ, ସେମାନଙ୍କର ଗର୍ଭରେ ହିଁ ମୃତ୍ୟୁ ହୋଇଥାଏ।

ସବୁବେଳେ କଳି ଝଗଡ଼ା: ଯେଉଁମାନେ ପ୍ରତିଦିନ ଘରେ କଳି ଝଗଡ଼ା କରନ୍ତି, ଯେଉଁ ମହିଳାମାନେ ଶାଶୂଙ୍କୁ ଅପଶବ୍ଦ କୁହନ୍ତି, ସେମାନେ ପର ଜନ୍ମରେ ଜୋକ ହୋଇ ଜନ୍ମ ହୁଅନ୍ତି। ସେହିପରି ଯେଉଁ ସ୍ୱାମୀ ନିଜ ପତ୍ନୀଙ୍କର ଅପମାନ କରନ୍ତି ଓ ଯେଉଁ ସ୍ତ୍ରୀ, ସ୍ୱାମୀଙ୍କୁ କଟୁ ବଚନ କହିଥା’ନ୍ତି, ସେମାନେ ଉକୁଣି ହୋଇ ଜନ୍ମ ନିଅନ୍ତି।



from Odisha Reporter https://ift.tt/2DIvqZ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages