
ଚେନ୍ନାଇ (ଓଡ଼ିଶା ରିପୋର୍ଟର)- ମୃତ୍ୟୁ ହେବାର ୩ ଦିନ ବିତି ଯାଇଥିଲେ ମଧ୍ୟ ଡାକ୍ତର ମୃତ ରୋଗୀଙ୍କ ଚିକିତ୍ସା ଜାରି ରଖିଥିଲେ। ଆଉ ଏହି ଅତିରିକ୍ତ ଚିକିତ୍ସା ଖର୍ଚ୍ଚ ବାବଦକୁ ମୋଟା ଅଙ୍କର ତଣ୍ଡ ଗଣିଛନ୍ତି ମୃତକଙ୍କ ପରିବାର ଲୋକେ। ଏଭଳି ଘଟଣା ଘଟିଛି ତାମିଲନାଡ଼ୁର ନାଗପଟ୍ଟିନାମ୍ ଜିଲ୍ଲାରେ।
ଏନ୍ ଶେଖର ନାମକ ଜଣେ ବ୍ୟକ୍ତିଙ୍କୁ ଏହିଭଳି ମୃତ୍ୟୁ ପରବର୍ତ୍ତୀ ଚିକିତ୍ସା କରାଯାଇଥିବା ତାଙ୍କ ପୁଅ ଅଭିଯୋଗ ଆଣିଛନ୍ତି। ଏକ ପାକସ୍ଥଳୀ ରୋଗରେ ପୀଡ଼ିତ ଶେଖରଙ୍କ ଚିକିତ୍ସା ପାଇଁ ପ୍ରଥମେ ୫ ଲକ୍ଷ ଟଙ୍କା ନେଇ ପରେ ଚିକିତ୍ସା ଜାରି ରଖିବାପାଇଁ ଆହୁରି ୩ ଲକ୍ଷ ଟଙ୍କା ମାଗିବାରୁ ନିରାଶ ପରିବାର ଲୋକେ ଶେଖରଙ୍କୁ ଏକ ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ହିଁ ଡାକ୍ତର ସୂଚନା ଦେଇଥିଲେ ତାଙ୍କର ମୃତ୍ୟୁ ୩ ଦିନ ଆଗରୁ ହୋଇସାରିଛି।
ଏନେଇ ମୃତକଙ୍କ ସମ୍ପର୍କୀୟ ତଥା ପୂର୍ବତନ ସ୍ଥାନୀୟ ବିଧାୟକ ଜି ପଲାନୀସ୍ୱାମୀ କହିଛନ୍ତି, ତାଙ୍କ ମୃତ୍ୟୁ ବାବଦରେ ସୂଚନା ଦେବା ବଦଳରେ ଏହି ଘରୋଇ ହସ୍ପିଟାଲ ଆହୁରି ଲୁଟିବାରେ ଲାଗିଥିଲା। ଜଣଙ୍କର ମୃତ୍ୟୁ ପରେ ଚିକିତ୍ସା କିପରି ହୋଇପାରିବ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପୋଷ୍ଟମର୍ଟମ୍ ପରେ ଯାଇ କୌଣସି ପଦକ୍ଷେପ ନିଆଯାଇପାରିବ ବୋଲି ପୁଲିସ୍ ସୂଚନା ଦେଇଛି।
ହସ୍ପିଟାଲ ପକ୍ଷରୁ ସଫେଇ ଦେଇ କୁହାଯାଇଛି, ଏହି ଘରୋଇ ହସ୍ପିଟାଲର ପ୍ରତିଦ୍ୱନ୍ଦ୍ୱୀମାନେ ଶେଖରଙ୍କ ପରିବାର ଲୋକଙ୍କୁ ମତାଇ ଏପରି କରାଇଥିବାରୁ ସ୍ଥାନୀୟ ଅଦାଲତରେ ମାନହାନି ମୋକଦ୍ଦମା କରାଯାଇଛି।
from Odisha Reporter https://ift.tt/2IsilSg
No comments:
Post a Comment