ଡାଇରେକ୍ଟ ଓ ରେଗୁଲାର୍‌ ମ୍ୟୁଚୁଆଲ୍ ଫଣ୍ଡ୍‌ ପ୍ଲାନ୍ କ’ଣ? ଜାଣନ୍ତୁ କେଉଁଟି ଉତ୍ତମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଡାଇରେକ୍ଟ ଓ ରେଗୁଲାର୍‌ ମ୍ୟୁଚୁଆଲ୍ ଫଣ୍ଡ୍‌ ପ୍ଲାନ୍ କ’ଣ? ଜାଣନ୍ତୁ କେଉଁଟି ଉତ୍ତମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରିବା ଏକ ଉତ୍ତମ ଉପାୟ। ଏହାର ଦୁଇଟି ଉପାୟ ରହିଛି। ଗୋଟିଏ ହେଲା, ରେଗୁଲାର୍‌ ପ୍ଲାନ୍ ଓ ଅନ୍ୟଟି ଡାଇରେକ୍ଟ ପ୍ଲାନ୍। ଦୁଇଟି ଯାକ ପ୍ଲାନ୍ ପ୍ରାୟ ଏକା ପ୍ରକାରର ଏବଂ ଏହାକୁ ଜଣେ ଫଣ୍ଡ୍‌ ମ୍ୟାନେଜର ହିଁ ମ୍ୟାନେଜ୍ କରିଥାଏ। ଦୁଇଟିଯାକର ପୋର୍ଟଫୋଲିଓ ମଧ୍ୟ ସମାନ। କିନ୍ତୁ ଦୁଇଟି ମଧ୍ୟରେ ଯେଉଁ ଏକ ବଡ଼ ଅନ୍ତର ଅଛି। ତାହା ହେଉଛି, ରେଗୁଲାର୍‌ ପ୍ଲାନ୍‌ରେ ନିବେଶକ ଓ ମ୍ୟୁଚୁଆଲ୍‌ ଫଣ୍ଡ କମ୍ପାନୀ ମଧ୍ୟରେ ଥାର୍ଡପାର୍ଟି ରୂପରେ କେହି ଜଣେ ଏଜେଣ୍ଟ୍‌, ବ୍ରୋକର୍‌ କିମ୍ବା ମ୍ୟୁଚୁଆଲ୍‌ ଫଣ୍ଡ ଡିଷ୍ଟ୍ରିବ୍ୟୁଟର୍ ରହିଥାଏ।

ରେଗୁଲାର୍‌ ପ୍ଲାନ୍‌:

ଯଦି ଆପଣ କୌଣସି ଏଜେଣ୍ଟ୍‌ କିମ୍ବା ଡିଷ୍ଟ୍ରିବ୍ୟୁଟର୍‌ଠାରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ କିଣିଛନ୍ତି, ତେବେ ଏହାକୁ ରେଗୁଲାର୍‌ ପ୍ଲାନ୍‌ କୁହାଯିବ। ଏଥିପାଇଁ କମ୍ପାନୀ ତରଫରୁ ଡିଷ୍ଟ୍ରିବୁଟର୍‌ କିମ୍ବା ଏଜେଣ୍ଟ୍‌ଙ୍କୁ କମିଶନ୍‌ ମଧ୍ୟ ମିଳିଥାଏ। ଏହି କମିଶନ୍‌ ଆପଣଙ୍କ ଟଙ୍କାରୁ ହିଁ ଦିଆଯାଏ। ଯେଉଁ ଟଙ୍କାକୁ ଆପଣ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ଲଗାନ୍ତି, ସେହି ଟଙ୍କାରୁ କାଟି ଏଜେଣ୍ଟ୍‌ଙ୍କୁ କମିଶନ୍‌ ଦିଆଯାଏ। ଏଜେଣ୍ଟଙ୍କୁ କେବଳ ଥରେ କମିଶନ୍‌ ମିଳେ ନାହିଁ, ବରଂ ଆପଣ ଯେବେ ଯାଏ ନିବେଶ କରୁଥିବେ, ସେପର୍ଯ୍ୟନ୍ତ ଏଜେଣ୍ଟ୍‌ଙ୍କୁ କମିଶନ୍‌ ମିଳୁଥିବ।

ଡାଇରେକ୍ଟ ପ୍ଲାନ୍‌: 

୨୦୧୩ ଜାନୁୟାରୀ ୧ ତାରିଖରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ ହାଉସ୍‌ ଡାଇରେକ୍ଟ ପ୍ଲାନ୍‌ ଲଞ୍ଚ୍ କରିଥିଲା। ଡାଇରେକ୍ଟ ପ୍ଲାନ୍‌ରେ ଥାର୍ଡପାର୍ଟିର କୌଣସି ଭୂମିକା ନାହିଁ। ଏଥିରେ ନିବେଶକ ସିଧାସଳଖ ଭାବେ  ମ୍ୟୁଚୁଆଲ ଫଣ୍ଡ୍‌ କମ୍ପାନୀକୁ ଯାଇ ଡାଇରେକ୍ଟ ପ୍ଲାନ୍ କିଣିପାରିବେ। ଏଥିପାଇଁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ୱେବ୍‌ସାଇଟ୍‌ ଅଥବା ବ୍ଲଗ୍‌ ଫଲୋ କରି କେଉଁ କମ୍ପାନୀରେ ଏବଂ କେଉଁ ସ୍କିମ୍‌ ବା ପ୍ଲାନ୍‌ରେ ନିବେଶ କରିବେ, ଆପଣ ସେନେଇ ନିଷ୍ପତ୍ତି ନେଇପାରିବେ। ଏଥିରେ କେହି ଏଜେଣ୍ଟ୍‌ ନଥିବାରୁ ଆପଣଙ୍କ ଟଙ୍କାରୁ କମିଶନ ପାଇଁ କିଛି କଟିବ ନାହିଁ। ତେଣୁ ରେଗୁଲାର୍‌ ପ୍ଲାନ ଅପେକ୍ଷା ଡାଇରେକ୍ଟ ପ୍ଲାନ୍‌ର ରିଟର୍ଣ୍ଣ ଭଲ ଥାଏ। ସୂଚନା ଅନୁଯାୟୀ, ଡାଇରେକ୍ଟ ଓ ରେଗୁଲାର୍‌ ପ୍ଲାନ୍ ଭିତରେ ୦.୫% ରୁ ୨% ଯାଏ ଅନ୍ତର ଥାଏ।

କେମିତି ନେବେ ଡାଇରେକ୍ଟ ପ୍ଲାନ୍?

ଏଥିପାଇଁ ଆପଣ ପ୍ରତ୍ୟେକ ଫଣ୍ଡ୍‌ ହାଉସ୍‌ର ୱେବସାଇଟ୍‌କୁ ଯାଇ ସେଠାରେ ସମସ୍ତ ବିବରଣୀ ଦେଖି ଆବଶକ ତଥ୍ୟ ଦେଇ ପ୍ଲାନ୍‌ କିଣିପାରିବେ। କିମ୍ବା ସେଠାରେ ଏକ ଖାତା ଖୋଲିବା ପରେ ଯେଉଁ ପ୍ଲାନ୍‌ରେ ନିବେଶ କରିବାକୁ ଚାହାନ୍ତି, ତା’ର ମ୍ୟୁଚୁଆଲ୍‌ ଫଣ୍ଡ୍‌ ୟୁଟିଲିଟିକୁ ଯାଇପାରିବେ। ଏହା ବ୍ୟତୀତ ଏମିତି ବି କିଛି ପୋର୍ଟାଲ୍‌ ଅଛି, ଯେଉଁମାନେ ସିଧାସଳଖ ମ୍ୟଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରିବାର ସୁବିଧା ଦେଉଛନ୍ତି। କିନ୍ତୁ ଏଥିପାଇଁ ସେମାନେ କିଛି ଶୁଳ୍କ ନେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡ୍‌ ବିଷୟରେ ଅଭିଜ୍ଞ ଅବା ସବୁକିଛି ଜାଣିଛନ୍ତି, ତେବେ ଡାଇରେକ୍ଟ ପ୍ଲାନ୍‌ କିଣନ୍ତୁ। କିନ୍ତୁ ଯଦି ଆପଣ ମ୍ୟଚୁଆଲ୍‌ ଫଣ୍ଡ୍‌ ବିଷୟରେ ଅଧିକ କିଛି ଜାଣି ନାହାନ୍ତି ତେବେ ଏସମ୍ପର୍କରେ ଜାଣିବା ପାଇଁ ଆପଣ କୌଣସି ଏଜେଣ୍ଚ୍‌ କିମ୍ବା ଡିଷ୍ଟ୍ରିବ୍ୟୁଟର୍‌ କମ୍ପାନୀ ପାଖକୁ ଯିବା ଭଲ ହେବ।



from Odisha Reporter https://ift.tt/2DIOZjM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages