ଭୂକମ୍ପ ଓ ସୁନାମିରେ ମୃତ୍ୟୁସଂଖ୍ୟା ୮୩୨କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଭୂକମ୍ପ ଓ ସୁନାମିରେ ମୃତ୍ୟୁସଂଖ୍ୟା ୮୩୨କୁ ବୃଦ୍ଧି

ଜାକର୍ତ୍ତା- ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଏବଂ ସୁନାମିରେ ମୃତ୍ୟୁ ସଂଖ୍ୟା ବଢିଚାଲିଛି। ପ୍ରତି ମୁହୂର୍ତ୍ତରେ ଆମ୍ବୁଲାନ୍ସ ଶବ ନେଇ ଫେରୁଛି। ଏପରି ଭୟଙ୍କର ବିପର୍ଯ୍ୟୟ କାରଣରୁ ହୋଇଥିବା ମୃତ୍ୟୁସଂଖ୍ୟା ଶେଷ ଖବର ସୁଦ୍ଧା ୮୩୨ପହଞ୍ଚିସାରିଥିବା ଜଣାଯାଇଛି।

ଏଥିରେ ବ୍ୟାପକ କ୍ଷୟକ୍ଷତି ସହିଥିବା ସୁଲାୱେସି ନାମକ ନାମକ ଦ୍ୱୀପରେ ଖାଦ୍ୟ ଏବଂ ପିଇବା ପାଣି ଅଭାବରୁ ଲୋକେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିବା ଆରମ୍ଭ କରିଛନ୍ତି। ଏପରିକି ଅନେକ ସ୍ଥାନରେ ଖାଇବା ଜିନିଷ ଥିବା ଦୋକାନକୁ ଲୋକେ ଲୁଟ କରିଥିବାର ଖବର ମିଳିଛି।

ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ଯେଉଁ ସୂଚନା ପୂର୍ବରୁ ଦିଆଯାଇଥିଲା ମାତ୍ର କିଛି ଘଣ୍ଟାରେ ତାହା ଦୁଇଗୁଣ ହୋଇସାରିଲାଣି। ଏନେଇ ଇଣ୍ଡୋନେସିଆ ଉପ ରାଷ୍ଟ୍ରପତି ଜୁସୁଫ୍ କାଲା କହିଛନ୍ତି, ସ୍ଥିତି ସୁଧୁରିବା ବେଳକୁ ଏହି ସଂଖ୍ୟା ୧ ହଜାର ଟପିଯାଇପାରେ।

ବର୍ତ୍ତମାନ ସୁଦ୍ଧା ହଜାର ହଜାର ବ୍ୟକ୍ତି ନିଖୋଜ ଥିବାରୁ ସେମାନଙ୍କୁ ଠାବ କରିବା ପାଇଁ ସେମାନଙ୍କ ପରିବାରବର୍ଗ ସୁନାମିରେ ନିଖୋଜ ବ୍ୟକ୍ତିମାନଙ୍କ ଫଟୋ ସହିତ ଏକ ଫେସ୍‌ବୁକ୍‌ ପେଜ୍‌ ଖୋଲିଛନ୍ତି। ଏପର୍ଯ୍ୟନ୍ତ ୧୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସରିଲାଣି। ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଏଭଳି ଉଦ୍ଧାର କାର୍ଯ୍ୟ ଚାଲୁ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।



from Odisha Reporter https://ift.tt/2OYzVzJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages