
ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଲୋଚନା ପାଇଁ ୨୦ ତାରିଖରେ ପୁରୀ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଗୋପାଲ ସୁବ୍ରମଣ୍ୟମ୍।
ତେବେ ଆମିକସ୍ କ୍ୟୁରିଙ୍କ ଗସ୍ତ ପୂର୍ବରୁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଆମିକସ କ୍ୟୁରିଙ୍କ ପୁରୀ ଗସ୍ତ ସମୟରେ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି।
ଆମିକସ କ୍ୟୁରି ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ପୁରୀରେ ରହି ଶ୍ରୀମନ୍ଦିରର ବ୍ୟବସ୍ଥାବଳୀ ଅନୁଧ୍ୟାନ କରିବେ। ସେ ପ୍ରଥମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ।
ପରେ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଓ ଜଷ୍ଟିସ ବି.ପି ଦାସ କମିଶନଙ୍କ ସହ ଆଲୋଚନା କରିବେ। ସେହିପରି ପୁରୀ ଜିଲ୍ଲା ଦୌରାଜଜ୍, ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
from Odisha Reporter https://ift.tt/2xiSp7e
No comments:
Post a Comment