ଦାମ-ବିଷ୍ଣୁ କଳି ଭିତରେ ବାହାରିଲେ ରାଜଶ୍ରୀ, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଦାମ-ବିଷ୍ଣୁ କଳି ଭିତରେ ବାହାରିଲେ ରାଜଶ୍ରୀ, କହିଲେ ଏମିତି କଥା

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଡାକ୍ତର ଦାମୋଦର ରାଉତ ଗୋଟିଏ ପରେ ଗୋଟିଏ ଦୁର୍ନୀତି କଥା ଉଠାଇ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଥିଲେ। ଯାହାକୁ ନେଇ ବିଜେଡି ଭିତରେ ଅସନ୍ତୋଷ ପ୍ରକାଶ ପାଉଥିଲା। ପରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହୋଇଥିଲେ। ଦାମଙ୍କୁ ଦଳରୁ ବହିଷ୍କାର କରିବାକୁ ସେମାନେ ଦାବି କରିଥିଲେ।

ଶେଷରେ ସେୟା ହେଲା। ଦିଲ୍ଲୀରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଦାମଙ୍କୁ ବହିଷ୍କାର କରିଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିବାଦ ଭିତରେ ତିର୍ତ୍ତୋଲ ବିଧାୟକ ରାଜଶ୍ରୀ ମଲ୍ଲିକଙ୍କୁ ଦେଖିବାକୁ ମିଳିନଥିଲା। ରାଜଶ୍ରୀ, ଦାମଙ୍କ ଲୋକ ବୋଲି ସେହି ସମୟରେ ପ୍ରଚାରିତ ହେଉଥିଲା। ଏପରିକି ବିଷ୍ଣୁ ଦାସ ଖୋଲାଖୋଲି ଭାବେ ରାଜଶ୍ରୀଙ୍କ ବିରୋଧରେ ନାନା ଅଭିଯୋଗ ଆଣିଥିଲେ।

ଗତ ୧୨ ତାରିଖରେ ଡାକ୍ତର ଦାମୋଦର ରାଉତ ଦଳରୁ ବହିଷ୍କୃତ ହୋଇଥିଲେ। ୬ ଦିନ ପରେ ଦମ୍‌ ଦେଖାଇଛନ୍ତି ରାଜଶ୍ରୀ। ସେ ଆଜି ନିଜ ନିର୍ବାଚନମଣ୍ଡଳୀର ସମର୍ଥକଙ୍କ ଗହଣରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ସେ ସମର୍ଥନ ଜଣାଇଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି-“ଦାମବାବୁ ସବୁବେଳେ ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ। ଯାହାର ପ୍ରଭାବ ଦଳୀୟ କର୍ମୀଙ୍କ ଉପରେ ପଡ଼ୁଥିଲା। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି, ତାକୁ ଆମେ ସ୍ୱାଗତ କରୁଛୁ।”

କିନ୍ତୁ ରାଜଶ୍ରୀଙ୍କର ଏପରି ମନ୍ତବ୍ୟକୁ ଡାକ୍ତର ରାଉତ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବଳପୂର୍ବକ ତାଙ୍କୁ କହିବାକୁ କହାଯାଇଥିବା ଡାକ୍ତର ରାଉତ କହିଛନ୍ତି।



from Odisha Reporter https://ift.tt/2OzxYJS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages