
ମୁମ୍ବାଇ: ବଲିଉଡ୍ ‘ଦବଙ୍ଗ’ ଖାନ୍ ସଲମାନ୍ଙ୍କ ପ୍ରଯୋଜିତ ଫିଲ୍ମ୍ ‘ଲଭ୍ରାତ୍ରୀ’ର ଆଉ ଏକ ଗୀତ ‘ଢୋଲିଡ଼ା’ ୟୁଟ୍ୟୁବ୍ରେ ରିଲିଜ୍ ହୋଇଛି। ରିଲିଜ୍ ହେବାର ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବ୍ରେ ଏହି ଗୀତକୁ ୬ଲକ୍ଷ ୯୬ ହଜାର୨୨୪ ଥର ଦେଖା ସରିଲାଣି।
‘ଢୋଲିଡ଼ା’ ଗୀତଟିକୁ ସବୀର ଅହମ୍ମଦ ଲେଖିଥିବାବେଳେ ଏହାକୁ ସଙ୍ଗୀତରେ ସଜାଇଛନ୍ତି ତାନିଶ୍କ ବାଗ୍ଚୀ। ବଲିଉଡ୍ର ମେଲୋଡିୟସ୍ ଗାୟକ ଉଦିତ୍ ନାରାୟଣଙ୍କ ସହ ସେନ୍ସେସନାଲ୍ ସିଙ୍ଗର୍ ନେହା କାକ୍କର, ପଲକ୍ ମୁଚ୍ଛଲ ଓ ରାଜା ହାସନ୍ ଏଥିରେ କଣ୍ଠଦାନ କରିଛନ୍ତି। ଏହି ଗୀତରେ ଫିଲ୍ମର ନାୟକ ଓ ନାୟିକାଙ୍କୁ ଗୁଜରାଟର ପାରମ୍ପରିକ ‘ଗରବା’ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।
ସଲ୍ମାନ୍ ଖାନ୍ ଫିଲ୍ମସ୍ ବ୍ୟାନର୍ରେ ନିର୍ମିତ ଏହି ଫିଲ୍ମ୍ ‘ଲଭ୍ରାତ୍ରୀ’ରେ ସଲ୍ମାନ୍ଙ୍କ ଭିଣୋଇ(ଅର୍ପିତାଙ୍କ ସ୍ୱାମୀ)ଆୟୁଷ ଶର୍ମାଙ୍କ ସହ ନବାଗତ ଅଭିନେତ୍ରୀ ୱାରିନା ହୁସେନ୍ ବଲିଉଡ୍ରେ ଡେବ୍ୟୁ କରିବେ।
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିରାଜ୍ ମିନୱାଲା। ‘ଲଭରାତ୍ରୀ’ ଆସନ୍ତା ଡିସେମ୍ବର ୬ ତାରିଖରେ ରିଲିଜ୍ ହେବାର ସମ୍ଭାବନା ରହିଛି।
ତେବେ ଫିଲ୍ମ୍ଟି ରିଲିଜ୍ ହେବା ପୂର୍ବରୁ ବିଭିନ୍ନ କାରଣକୁ ନେଇ ବିବାଦୀୟ ହୋଇପଡ଼ିବା ସହ ଚର୍ଚ୍ଚାରେ ରହିଛି।
from Odisha Reporter https://ift.tt/2Q29BEW
No comments:
Post a Comment