ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଲୁଲୁଙ୍କ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଲୁଲୁଙ୍କ ଝିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସ୍ୱାସ୍ଥ୍ୟସେବାକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ଆରୋପ-ପ୍ରତ୍ୟାରୋପ ମଧ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଗରିବ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମୋଦି ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ଶୁଭାରମ୍ଭ କରିଥିବା ବେଳେ ଏହାକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଛନ୍ତି। ଅର୍ଥାତ ଏହି ଯୋଜନାରେ ଓଡ଼ିଶା ସାମିଲ ହୋଇନାହିଁ। 
 ‘ଆୟୁଷ୍ମାନ ଭାରତ’ ଯୋଜନାରେ ଓଡ଼ିଶା ସାମିଲ ନହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଅରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏବେ ନିକଟରେ କିଛି ମାସତଳେ ବିଜେପିର ଯୋଗ ଦେଇଥିବା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। 
 

ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଉପାସନା ଲେଖିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ଯୋଜନା ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତ’କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜର ରାଜନୈତିକ ସ୍ୱାର୍ଥ ଅଥବା ବିଦ୍ୱେଷ କାରଣରୁ ଏହି ସୁବିଧାରୁ ରାଜ୍ୟବାସୀଙ୍କୁ ବଞ୍ଚିତ ରଖିବା, ଦୁଃଖଦ ଓ ନିନ୍ଦନୀୟ ଅଟେ l
 
“ବିଜେଡିର ସଂକୀର୍ଣ୍ଣ ମାନସିକତା କାରଣରୁ ଓଡ଼ିଶାର ଗରିବ ଜନତାଙ୍କୁ ଏହି ଯୋଜନାର ଲାଭ ମିଳିପାରୁନାହିଁ l ଆପଣଙ୍କୁ ଆପଣଙ୍କର ଏଭଳି ହୀନ ରାଜନୀତି ପାଇଁ ଜନତାଙ୍କୁ ଜବାବ ଦେବାକୁ ପଡିବ l ଭାଜପାର କାର୍ଯ୍ୟକର୍ତ୍ତାମାନେ ଆପଣଙ୍କର ଏହି ଗରିବ ବିରୋଧୀ ରାଜନୀତି ବିରୁଦ୍ଧରେ ପ୍ରତ୍ୟେକ ଘରକୁ ଯାଇ ଜନତାଙ୍କୁ ଏହି ଅଧିକାର ପାଇଁ ଜାଗ୍ରତ କରିବେ l
 
ତେବେ କେନ୍ଦ୍ରକୁ ଟକ୍କର ଦେବାକୁ ଯାଇ ରାଜ୍ୟ ସରକାର ସମାନ୍ତରାଳ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ‘ଆୟୁଷ୍ମାନ ଭାରତ’ ଯୋଜନାରେ ମାଗଣାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ରହିଛି। ଅନ୍ୟପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ। ଆଉ ହିତାଧିକାରୀଙ୍କ ପରିବାରର ମହିଳା ବାର୍ଷିକ ଅତିରିକ୍ତ ୨ଲକ୍ଷ ଅର୍ଥାତ ମୋଟ ୭ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ପାଇପାରିବେ।  
 ଅନ୍ୟପକ୍ଷେ ଆୟୁଷ୍ମାନ ଯୋଜନାରେ ଜଣେ ହିତାଧିକାରୀ ଉଭୟ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା ହସ୍ପିଟାଲରେ ଉଚ୍ଚତର ସ୍ୱାସ୍ଥ୍ୟସେବା ସୁବିଧା ପାଇପାରିବେ। 
ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିଲା ବେଳେ ରାଜ୍ୟସରକାରଙ୍କୁ ଏ ନେଇ ଜୋରଦାର ଆକ୍ଷେପ କରିଥିଲେ। କହିଥିଲେ ଏହି ଯୋଜନାକୁ ସମସ୍ତେ ବୁଝିଛନ୍ତି କିନ୍ତୁ ନବୀନ ପଟ୍ଟନାୟକ ଏହାକୁ ନବୁଝି ଓଡ଼ିଶାର ଲୋକଙ୍କୁ ‘ଆୟୁଷ୍ମାନ ଭାରତ’ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ କରି ରଖିଛନ୍ତି। ସେହିପରି ଆଜି ଓଡ଼ିଶା ଆସିବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ମଧ୍ୟ ଗତକାଲି ଓଡ଼ିଆରେ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା  କରିଥିଲେ।  


from Odisha Reporter https://ift.tt/2xBu6Sa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages