ନଦୀରେ ଭାସିଗଲା ଟୁରିଷ୍ଟ୍ ବସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ନଦୀରେ ଭାସିଗଲା ଟୁରିଷ୍ଟ୍ ବସ୍

bus1

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମନାଲିରେ ଏକ ଟୁରିଷ୍ଟ୍ ବସ୍ ନଦୀରେ ଭାସି ଯାଇଛି। ତେବେ ବସ୍‌ଟି ଖାଲି ଥିଲା। ଏଥିରେ କୌଣସି ଯାତ୍ରୀ ନଥିଲେ।

ବିସ୍ ନଦୀରେ ଏହି ବସ୍‌ଟି ଭାସି ଯାଇଛି।

କୁଲ୍ଲୁ ଜିଲ୍ଲା ମନାଲିରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି। ଏଠାରେ ୧୨୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଏଠାରେ ଜୋର ବର୍ଷା ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି ଓ ରାଜପଥ ଗୁଡ଼ିକ ଅବରୋଧ ହୋଇଯାଇଛି। ବିସ୍ ନଦୀର ଜଳସ୍ତର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବା ସହିତ ମନାଲିର ହନୋଗି ମନ୍ଦିରଠାରେ ଏହା ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ୨୧କୁ ମାଡ଼ି ଆସିଛି। ମଣ୍ଡି ଜିଲ୍ଲାର ଅଟ୍‌ ନିକଟରେ ଜାତୀୟ ରାଜପଥ ୩ରେ ବିସ୍ ନଦୀର ପାଣି ପଶି ଆସିଥିବାରୁ ଏଥିରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି।

ସେହିଭଳି ନ୍ୟୁଜ୍‌ ଏଜେନ୍ସୀ ଏଏନ୍‌ଆଇ ସୂତ୍ର ମିଳିଥିବା ଖବର ଅନୁଯାୟୀ ଶିମଲାଠାରୁ ପ୍ରାୟ ୨୦୦ କିଲୋମିଟର ଦୂର କୁଲ୍ଲୁରେ ରାସ୍ତା ଉପରେ ଥିବା ଏକ ଟ୍ରକ୍‌କୁ ବନ୍ୟା ଜଳ ଭସାଇ ନେଇଛି।

ଏକ ଗଣମାଧ୍ୟମ ଖବର ଅନୁସାରେ, କୁଲୁ ନିକଟରେ ବନ୍ୟା ପାଣିରେ ଏକ ଟ୍ରକ୍‌ ମଧ୍ୟ ଭାସି ଯାଇଛି। ହେଲେ ଟ୍ରକ୍‌ରେ କେହି ଥିଲେ କି ନାହିଁ ତାହା ଜଣାପଡ଼ି ନାହିଁ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହାକୁ ଦୃଷ୍ଟିରେ ରଖି କିନ୍ନୌର, କୁଲ୍ଲୁ ଓ କଙ୍ଗରା ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି।
ବର୍ଷା ଓ ଭୂସ୍ଖଳନ ଯୋଗୁ କିନ୍ନୌର ଓ ଚାମ୍ବା ଜିଲ୍ଲାର ଅନେକ ସ୍ଥାନରେ ରାସ୍ତାଗୁଡ଼ିକ ଅବରୋଧ ହୋଇଯାଇଛି ଓ ଯାତାୟତ ବାଧାପ୍ରାପ୍ତ ହୋଇଛି।
ମନାଲିରେ ବସ୍‌ଟି ଛିଡ଼ା ହୋଇଥିବା ବେଳେ କେମିତି ନଦୀରେ ଭାସି ଯାଇଥିଲା ତା’ର ଭିଡିଓ ଦେଖନ୍ତୁ (ସୌଜନ୍ୟ- ୟୁଟ୍ୟୁବ୍‌)



from Odisha Reporter https://ift.tt/2DlT2lQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages