ରୋଷେଇ ଘରେ ଅଛି ସୁନ୍ଦରତାର ରାଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ରୋଷେଇ ଘରେ ଅଛି ସୁନ୍ଦରତାର ରାଜ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ରୋଷେଇ ଘରେ ବହୁ ଗୁଣକାରୀ ଦ୍ରବ୍ୟ ରହିଛି। ଏହା କେବଳ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାରେ ସହାୟକ ହୋଇ ନଥାନ୍ତି, ମୁହଁ ଓ ତ୍ୱଚାକୁ  ଚମକାଇବାରେ ବି ସହାୟକ ହୋଇଥାନ୍ତି। ଯଦି ଆପଣ କମ୍‌ ଖର୍ଚ୍ଚରେ ଉଜ୍ଜ୍ୱଳ ଦିଶିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କେବଳ ରୋଷେଇ ଘରକୁ ଯିବାକୁ ହେବ।

ବେସନ ଓ ମୁଲତାନ୍‌ ମିଟି ସ୍କିନ୍ ଯତ୍ନ ନେବା ପାଇଁ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ଏମିତି କି କିଛି ଦ୍ରବ୍ୟ ରୋଷେଇ ଘରେ ଅଛି ଯାହାକୁ ବ୍ୟବହାର କରି ଆପଣ ବି ସୁନ୍ଦର ଦିଶି ପାରିବେ।

ଆମେ କହୁଛୁ, ‘ମସୁର ଡାଲି’ ବିଷୟରେ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସୁନ୍ଦରତା ବଢ଼ାଇବା ପାଇଁ ମଧ୍ୟ ସେତିକି ଉପଯୋଗୀ।

ମସୁର ଡାଲିରେ ଥିବା ମିନେରାଲ୍‌, ଭିଟାମିନ୍‌, ଏଣ୍ଟିଅକ୍ସିଡେଣ୍ଟ ସ୍କିନ୍‌ ପାଇଁ ଲାଭଦାୟକ ହୋଇଥାଏ। ଆପଣଙ୍କ ସ୍କିନ୍‌ ଅନୁସାରେ ମସୁର ଡାଲି ପାଉଡରରେ ଅନ୍ୟ ଉପାଦାନ ମିଶାଇ ମୁହଁରେ ଲଗାଇଲେ ବହୁତ ସୁନ୍ଦର ଦିଶିବେ।

masoor-dal1କେମିତି କରିବେ ବ୍ୟବହାର ?

୧. ଯଦି ଆପଣ ସୁନ୍ଦର ଦିଶିବାକୁ ଚାହୁଁଛନ୍ତି, ତେବେ ମସୁର ଡାଲି ପେଷ୍ଟରେ ବେସନ ଓ ମୁଲତାନ୍‌ ମିଟି ମିଶାଇ ବ୍ୟବହାର କରିପାରିବେ।

୨. ମସୁର ଡାଲିରେ କ୍ଷୀର ଓ ଅଣ୍ଡାର ଧଳା ଭାଗ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ଶୁଖିବାକୁ ଛାଡ଼ିଦିଅନ୍ତୁ। ଏହା ଚେହେରାକୁ ସତେଜ କରିବ।

୩. ଆଣ୍ଟି-ଏଜିଙ୍ଗ ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ମସୁର ଡାଲିର ବ୍ୟବହାର କରି ହେବ। ଏହା ସହ ଅଖରୋଟ୍‌ କିମ୍ବା ବେସନ ମିଶାଇ ମୁହଁରେ ଲଗାଇ ପାରିବେ। ଏହା ସ୍କିନ୍‌ରୁ ମଇଳା ବାହାର କରିବାରେ ସହାୟକ ହେବ।

୪. ମସୁର ଡାଲିରେ କ୍ଷୀର ମିଶାଇ ବ୍ୟବହାର କରାଯାଇପାରିବ। ଏହି ପେଷ୍ଟକୁ ହାଲ୍‌କାରେ ମୁହଁରେ ଲଗାନ୍ତୁ। ଏହା ମୁହଁରେ ଥିବା ଡେଡ୍‌ ସ୍କିନ୍‌, ମଇଳା, ତେଲିଆ ଅଂଶ ବାହାର କରିଦେବ। ଦୁଧ ମୁହଁକୁ ମୟଶ୍ଚରାଇଜ୍‌ କରିଥାଏ। ସପ୍ତାହକୁ ଥରେ ଏହାକୁ ମୁହଁରେ ଲଗାଇଲେ କଳା ଦାଗ ହଟିଯିବା ସହ ଉଜ୍ୱଳ ଦିଶିବ।

୫. ଯେଉଁ ଲୋକଙ୍କ ସ୍କିନ୍‌ ଡ୍ରାଏ ହୋଇଥାଏ ସେମାନେ ମସୁର ଡାଲି ପାଉଡରରେ ମହୁ ମିଶାଇ ମୁହଁରେ ଲଗାଇଲେ ଲାଭ ପାଇବେ।

୬. ଯଦି ଆପଣଙ୍କ ଚେହେରା ତେଲିଆ, ତେବେ ମସୁର ଡାଲି ପାଉଡରରେ ଭିନେଗାର ମିଶାଇ ମୁହଁରେ ଲଗାଇ ପାରିବେ।

୭. ଆପଣଙ୍କ ଚେହେରା ନର୍ମାଲ ହୋଇଥିଲେ ମସୁର ଡାଲି ପାଉଡରରେ ଦହି ଓ ଭିନେଗାର ମିଶାଇ ମୁହଁରେ ଲଗାଇପାରିବେ। ଏହା ଶୁଖିଯିବା ପରେ ଧୋଇ ଦିଅନ୍ତୁ, ଦେଖିବେ ମୁହଁ ଉଜ୍ୱଳ ଦିଶିବ। ଭିନେଗାର ବଦଳରେ ଆପଣ ଲେମ୍ବୁ ରସ ମଧ୍ୟ ବ୍ୟବହାର କରିପାରିବେ।

୮. ମସୁର ଡାଲି ପାଉଡରରେ ବାଦାମ ତେଲ, ଗ୍ଲିସେରିନ୍‌ ଓ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରିପାରିବେ। ଏହା ଫେସ୍‌ ପ୍ୟାକ୍‌ ପରି କାମ କରିବ।

masoor-dal1ଧ୍ୟାନ ଦେବେ

୧. କଳା ଓ ଧଳା ଦାଗ ଦୂର କରିବାରେ ମସୁର ଡାଲି ବହୁତ ଲାଭକାରୀ। ହେଲେ ଏହାକୁ ସପ୍ତାହକୁ ଥରେରୁ ଅଧିକ ବ୍ୟବହାର କଲେ ମୁହଁ ପାଇଁ ଆବଶ୍ୟକ ଅଏଲକୁ ମଧ୍ୟ ତ୍ୱଚା ଭିତରକୁ ଯିବା ବନ୍ଦ କରିଦେଇଥାଏ।

୨. ଏହା ସ୍କିନ୍‌କୁ ଉଜ୍ୱଳ କରିବା ସହ ଡ୍ରାଏ ମଧ୍ୟ କରିଦେଇଥାଏ। ତେଣୁ ଏହାକୁ ବ୍ୟବହାର କରିବା ପରେ ମୁହଁରେ ମଶ୍ଚରାଇଜର୍‌ ଲଗାଇବାକୁ ଭୁଲିବେ ନାହିଁ।

୩. ଯେଉଁମାନଙ୍କ ସ୍କିନ୍‌ ଡ୍ରାଏ ଓ ସେନ୍‌ସିଟିଭ୍‌, ସେମାନେ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ୍‌।

୪. ଯଦି ମୁହଁରେ ବ୍ରଣ ବାହାରିଛି କିମ୍ବା ଏଲର୍ଜି ହୋଇଛି, ଏହାକୁ ବ୍ୟବହାର କରନ୍ତୁ ନାହିଁ।



from Odisha Reporter https://ift.tt/2QmdntY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages