ଆୟୁର୍ବେଦରେ ରହିଛି ଡାଇବେଟିସ୍‌ ନିୟନ୍ତ୍ରଣର ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଆୟୁର୍ବେଦରେ ରହିଛି ଡାଇବେଟିସ୍‌ ନିୟନ୍ତ୍ରଣର ଉପାୟ

ayurveda

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ ବା ମଧୁମେହ ଆଜିକାଲି ସାଧାରଣ ଘଟଣା ହୋଇଗଲାଣି। ଏମିତି ପରିବାର ବହୁତ କମ ଥିବେ ଯେଉଁମାନଙ୍କ ଘରେ ଡାଇବେଟିସ୍‌ ରୋଗୀ ନଥିବେ। ଏପରି ରୋଗର ଶିକାର ଲୋକେ ବହୁ ହଇରାଣ ହୋଇଥାନ୍ତି। ଆଗରୁ ବୟସ୍କ ଲୋକେ ଡାଇବେଟିସ୍‌ର ଶିକାର ହେଉଥିବା ଦେଖିବାକୁ ମିଳୁଥିଲା। ହେଲେ ଆଧୁନିକ ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟ ଯୋଗୁ ପିଲାମାନେ ମଧ୍ୟ ଏହି ରୋଗରେ ପଡ଼ୁଛନ୍ତି।

ଥରେ ଡାଇବେଟିସ୍‌ର ଶିକାର ହେଲେ ଏଥିରୁ ମୁକ୍ତି ପାଇବା ପ୍ରାୟତଃ ଅସମ୍ଭବ। ଏହାକୁ ସମୂଳେ ନାଶ କରାଯାଇ ନପାରିଲେ ବି ନିୟନ୍ତ୍ରଣ କରାଯାଇପାରିବ। ଆୟୁର୍ବେଦ ଶାସ୍ତ୍ରରେ ଡାଇବେଟିସ୍‌ ନିୟନ୍ତ୍ରଣ କରାଯିବାର ଉପାୟ ଉଲ୍ଲେଖ ରହିଛି।

ଡାଇବେଟିସ୍‌ ଦୁଇ ପ୍ରକାରର- ଗୋଟିଏ ଡାଇବେଟିସ୍‌- ଟାଇପ୍ ୧ ହୋଇଥିବା ବେଳେ ଅନ୍ୟଟି ଡାଇବେଟିସ୍‌-ଟାଇପ୍ ୨। ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କଲେ ଆମେ ଡାଇବେଟିସ୍‌-୧କୁ ନିୟନ୍ତ୍ରଣରେ ରଖି ପାରିବା।

ଆୟୁର୍ବେଦିକ ଉପଚାର ଅତି କମରେ ତିନିମାସ ନେବାକୁ ପଡ଼ିବ। ଏହାଦ୍ୱାରା ଆୟୁର୍ବେଦ ଔଷଧ ଡାଇବେଟିସ୍‌କୁ ଭଲ ଭାବେ ସନ୍ତୁଳିତ କରିପାରିବେ।

୧. ଡାଇବେଟିସ୍‌ ରୋଗୀଙ୍କୁ ସର ବାହାର କରାଯାଇଥିବା କ୍ଷୀରରେ ଶିଲାଜିତ୍‌କୁ ମିଶାଇ ଦିନକୁ ଦୁଇଥର ପିଇବାକୁ ଦେଲେ ରୋଗ ନିୟନ୍ତ୍ରଣରେ ରହିଥାଏ।

୨. ନିଲମ ପିଷ୍ଟିକୁ କିଛି ମାତ୍ରାରେ ନେଇ ଏହାକୁ ମହୁ ସହ ମିଶାଇ ଦିନରେ ଦୁଇଥର ଚାଟିଲେ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ।

୩. ଅଁଳା ଜୁସ୍‌ରେ ହଳଦି ଗୁଣ୍ଡ ମିଶାଇ ଦିନରେ ଦୁଇ ଥର ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣରେ ରହିଥାଏ। ଯାହା ଡାଇବେଟିସ୍‌ ନିୟନ୍ତ୍ରଣରେ ସହାୟକ ହୋଇଥାଏ।

୪. ଡାଇବେଟିସ୍‌ ରୋଗୀ ବିଲାତି, ଖୀରା ଓ କଲରା ଜୁସ୍‌ର ମିଶ୍ରଣ ଖାଲି ପେଟରେ ପିଇଲେ ଏହା ନିୟନ୍ତ୍ରଣରେ ରହିଥାଏ।

୫. ଜିରା ଖାଇବା ଦ୍ୱାରା ମଧ୍ୟ ଡାଇବେଟିସ୍‌ ନିୟନ୍ତ୍ରଣ କରାଯାଇପାରିବ।

୬. ଜାମୁକୋଳି ଡାଇବେଟିସ୍‌ ରୋଗୀଙ୍କ ପାଇଁ ମହୌଷଧି ସହ ସମାନ। ଏହାକୁ ମଧ୍ୟ ଖାଇପାରିବେ।

୭. ଶତାବରୀ ରସ ଓ କ୍ଷୀର ସମାନ ପରିମାଣରେ ମିଶାଇ ପିଇବା ଦ୍ୱାରା ଡାଇବେଟିସ୍‌ ନିୟନ୍ତ୍ରିତ ହୋଇଥାଏ।

୮. ପ୍ରତିଦିନ ନିମ୍ବ ଓ କଦଳୀ ପତ୍ରର ରସ ପିଇବା ମଧ୍ୟ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ।

୯. ଅଁଳା ରସ, ଗୁଡ଼ମାର୍‌ ପତ୍ରର ରସ ଡାଇବେଟିସ୍‌ ନିୟନ୍ତ୍ରଣରେ ବହୁତ ଲାଭକାରୀ ହୋଇଥାଏ।

୧୦. ଗହମ ଗଜାର ରସ ଅସମ୍ଭବ ବେମାରୀକୁ ବି ଭଲ କିରିଦେଇଥାଏ। ଡାଇବେଟିସ୍‌ ରୋଗୀ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଅଧା କପ୍‌ ଏହି ରସ ପିଇଲେ ବହୁତ ଲାଭ ମିଳିଥାଏ।



from Odisha Reporter https://ift.tt/2N2FlNl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages