ରସିକିଆମିରେ ଅନୁପ୍‌ ଜଲୋଟାଙ୍କ ପଦାଙ୍କ ଅନୁଶରଣ କରୁଛନ୍ତି ମହେଶ୍‌ ଭଟ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ରସିକିଆମିରେ ଅନୁପ୍‌ ଜଲୋଟାଙ୍କ ପଦାଙ୍କ ଅନୁଶରଣ କରୁଛନ୍ତି ମହେଶ୍‌ ଭଟ୍ଟ

ମୁମ୍ବାଇ: ବୁଢା ବୟସରେ ରସିକିଆମି କରୁଥିବା ଆମ ବଲିଉଡ୍‌ ଷ୍ଟାର୍‌ମାନଙ୍କ ବିଷୟପରେ ଅଳ୍ପେ ବହୁତେ ଆପଣ ଜାଣିଥିବେ। ଆଗରୁ ଏ ସବୁ କଥା ଜାଣିବାକୁ ଟିକେ ଡେରି ହେଉଥିଲେ ହେଁ ଏବେ ସ୍ଥିତି ବଦଳି ଗଲାଣି। ସୋଶାଲ ମିଡ଼ିଆରେ ଏ ଖବରଗୁଡାକ ଏବେ ହୁ ହୁ ହେଇ ଏମିତି ମାଡିଯାଉଛି ଯେ, ନ ଜାଣିବାକୁ ଇଚ୍ଛା କରୁଥିବା ଲୋକଟି ଅଜାଣତରେ ସବୁ ଜାଣି ପକାଉଛି।

ଏଇ ସିଜିନ୍‌ରେ ବିଗ୍‌ ବସ୍‌ ଗୃହରେ ପ୍ରତିଯୋଗୀ ଭାବେ ଭଜନ ଗାୟକ ଅନୁପ୍‌ ଜଲୋଟା ଓ ଜସ୍‌ଲୀନ୍‌ ମାଥୁରଙ୍କ ଯୋଗଦାନ ପରେ ଉଭୟଙ୍କ ଚୋରା ପ୍ରୀତି ପଦାରେ ପଡିଥିଲା। ଆଉ ତାଙ୍କ ବିଷୟରେ କଥା ନ ଥମୁଣୁ ପୁଣି ଆଉ ଜଣେ ରସିକିଆ ନିର୍ଦ୍ଦେଶକଙ୍କ କଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି।

ଆପଣ ମନରେ ସ୍ୱତଃ ପ୍ରଶ୍ନ ଉଠିପାରେ ଯେ, ଅନୁପ୍‌ଙ୍କ ପଦାଙ୍କ ଅନୁଶରଣ କରୁଥିବା ଏ ମହାନୁଭବ କିଏ ବୋଲି ?

ସେ ହେଉଛନ୍ତି ବଲିଉଡ୍‌ର ବରିଷ୍ଠ ନିର୍ଦ୍ଦେଶକ ମହେଶ୍‌ ଭଟ୍ଟ। ମହେଶଙ୍କ ତଥାକଥିତ ସ୍ୱଳ୍ପ ବୟସୀ ପ୍ରେମିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଟୁଇଟ୍‌ରୁ ଏ କଥାଟି ସାମ୍ନାକୁ ଆସିଛି। ଯାହାକୁ ନେଇ ପୂରା ଦେଶରେ ଏବେ ଚର୍ଚ୍ଚା ।

କଥାଟା ହେଉଛି ଏମିତି ।

ଗତକାଲି ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ମହେଶ୍‌ ଭଟ୍ଟ ତାଙ୍କର ୭୦ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କୁ ତାଙ୍କ ପ୍ରଶଂସକମାନେ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।  ଏହି ଅବସରରେ ଫିଲ୍ମ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ଭଟ୍ଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଏହା ସହ ସୋଶାଲ୍‌ ମିଡିଆରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି।

ରିୟା ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଫଟୋ ଶେୟାର କରି କ୍ୟାପ୍‌ସନ୍‌ ଏମିତି କିଛି ଲେଖିଛନ୍ତି ଯାହାକୁ ପଢିଲେ ଲାଗିବ ସେ ଅତି ପ୍ରେମଭାବରେ ଏମିତି ଲେଖିଛନ୍ତି ବୋଲି।

ଟୁଇଟ୍‌ରେ ସିଧାସିଧା ଲେଖିଛନ୍ତି, “ଆପଣ ମୋତେ ସବୁବେଳେ ସ୍ୱାଧୀନ ହୋଇ ଉଡ଼ିବା ଶିଖାଇଛନ୍ତି।  ଆପଣ ଏମିତି ଜଣେ ବ୍ୟକ୍ତି ବିଶେଷ  ଯିଏବି  ଆପଣଙ୍କ ସମ୍ପର୍କରେ ଆସିବ ସେ ଆଲୋକିତ ହୋଇଯିବ।’’

ରିୟା ମହେଶ୍‌ଙ୍କ ସହ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି,  ଯେଉଁଥିରେ ମହେଶ୍‌ ତାଙ୍କ କାନ୍ଧରେ ମୁଣ୍ଡ ରଖି ବସିଥିଲେ।  ରିୟା ଫଟୋ ଶେୟାର କରିବା ପରେ ଟ୍ରୋଲ୍‌ ମଧ୍ୟ ହୋଇଥିଲେ। ଲୋକେ କହୁଛନ୍ତି, ତାଙ୍କର ମହେଶ୍‌ ଭଟ୍ଟଙ୍କ ସହ ଆଫାୟାର ଚାଲୁଛି।  କିଛି ଲୋକ ଏମିତି କି ତାଙ୍କ ତୁଳନା ବିଗ୍‌ ବସ୍‌ କଣ୍ଟ୍ରୋଭର୍ସି ଯୋଡ଼ି  ଅନୁପ୍‌ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁଙ୍କ ସହ କରିଥିଲେ। ଜଣେ ଲେଖିଛନ୍ତି, ବିଗ୍‌ ବସ୍‌ର ପ୍ରଭାବ ପୂରା ଦେଶରେ  ଦେଖିବାକୁ ମିଳୁଛି।



from Odisha Reporter https://ift.tt/2QIUb9I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages