ବ୍ୟାପୁଛି ଅଜଣା ଜ୍ୱର, ନେଲାଣି ୮୪ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ବ୍ୟାପୁଛି ଅଜଣା ଜ୍ୱର, ନେଲାଣି ୮୪ ଜୀବନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏବେ ଏକ ରହସ୍ୟମୟ ଜ୍ୱର ବ୍ୟାପିବାରେ ଲାଗିଛି। ଏହି ଅଜଣା ଜ୍ୱରକୁ ନାଁ ଡାକ୍ତରମାନେ ଚିହ୍ନି ପାରୁଛନ୍ତି ନା ଏହାର ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା କରିପାରୁଛନ୍ତି। ଇତି ମଧ୍ୟରେ ସମଗ୍ର ରାଜ୍ୟରେ ଏହି ଅଜଣା ଜ୍ୱରରେ ୮୪ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।

ଗତ ୬ ସପ୍ତାହ ହେଲା ଏଭଳି ଅଜଣା ଜ୍ୱରର ଆତଙ୍କ ରାଜ୍ୟରେ ଦେଖାଯାଇ ଥିଲେ ହେଁ, ଏଯାଏ ସରକାର କିଛି ବି କରିପାରି ନାହାନ୍ତି। ତେବେ ସରକାର କେବଳ ଏହି ରହସ୍ୟମୟ ଜ୍ୱର ପାଇଁ ହାଇଆଲର୍ଟ ଜାରି କରି ବସି ଯାଇଛନ୍ତି।

ବରେଲୀ ଜିଲ୍ଲାରେ ଏହି ଅଜଣା ଜ୍ୱର ଯୋଗୁ ସର୍ବାଧିକ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଡ଼ୋଶୀ ବଦାଉଁରେ ୨୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି।

ଜ୍ୱରରେ ପ୍ରାଣ ହରାଇଥିବା ଜଣେ ୧୨ ବର୍ଷୀୟ ବାଳକଙ୍କ ବାପା କହିଛନ୍ତି, “ଦୁଇ ଦିନ ତଳେ ମୋ ପୁଅକୁ ଭୀଷଣ ଜ୍ୱର ହୋଇଥିଲା। ମୁଁ ତାକୁ ପ୍ରଥମେ ଗାଁ ଡାକ୍ତରଖାନାକୁ ନେଇଥିଲି। ହେଲେରେ ସେଠାରେ ତା’ ଦେହ ଆହୁରି ଖରାପ ହୋଇଥିଲା। ଲାଗୁଥିଲା ଯେମିତି ତା’ ଶରୀର ତାତିରେ ଜଳୁଛି। ଏହାପରେ ମୁଁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲି। କିନ୍ତୂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।”

ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜ୍ୱରରେ ପ୍ରାଣ ହରାଉଥିବା ଏବଂ ଆକ୍ରାନ୍ତ ହେଉଥିବା ଲୋକଙ୍କ ପରିଚୟ ତୁରନ୍ତ ସଂଗ୍ରହ କରିବାକୁ କହିଛନ୍ତି। ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟର ସ୍ୱତନ୍ତ୍ର ଟିମ୍‌ ଲୋକଙ୍କୁ ସେବା ଯୋଗାଉଥିବା ଜଣାପଡ଼ିଛି। ତଥାପି ଏହି ଜ୍ୱର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି।

ପ୍ରଥମେ ବରେଲୀରେ ଏହି ଜ୍ୱରରେ ଲୋମାନେ ଆକ୍ରାନ୍ତ ହୋଇଥିଲେ। ଏହାପରେ ବଦାଉଁ, ହରଦୋଇ, ସୀତାପୁର,ବାହାରିଚ ଓ ଶାହଜାହାନପୁରକୁ ବ୍ୟାପିଥିଲା।



from Odisha Reporter https://ift.tt/2NucK3p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages