
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ୧୦ଟି ଟ୍ରେନ୍କୁ ବାତିଲ୍ କରାଯାଇଛି।
ଏହି ୧୦ଟି ଟ୍ରେନ୍କୁ ଉଭୟ ପଟୁ ପୂର୍ବତଟ ରେଳପଥ ବାତିଲ୍ କରିଛି।
କେନ୍ଦୁଝରଗଡ଼-ଭୁବନେଶ୍ୱର, ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର, କଟକ-ପାରାଦୀପ ପାସେଞ୍ଜର, ପୁରୀ-କଟକ ଓ କଟକ-ଭଦ୍ରକ ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି।
ସେହିପରି ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି, କଟକ-ଭଦ୍ରକ, ସମ୍ବଲପୁର-ପୁରୀ ଇଣ୍ଟରସିଟି ଓ ପାରାଦୀପ-କଟକ ପାସେଞ୍ଜରକୁ ମଧ୍ୟ ବାତିଲ୍ କରାଯାଇଛି।
from Odisha Reporter https://ift.tt/2N0twXD
No comments:
Post a Comment