
ଚଣ୍ଡିଗଡ଼: ହରିୟାଣା ପୁଲିସ୍ର ଜଣେ ମହିଳା ହେଡ୍ କନଷ୍ଟେବଲ୍ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ତାଙ୍କୁ ଜଣେ ହେଡ୍ କନଷ୍ଟେବଲ୍ ଓ ତାଙ୍କ ଭାଇ ଦୁଷ୍କର୍ମ କରିବା ପରେ ବ୍ଲାକ୍ମେଲିଂ କରୁଛନ୍ତି ବୋଲି ସେ ରବିବାର ଅଭିଯୋଗ କରିଛନ୍ତି।
ଏନେଇ ପଲୱାଲ୍ ମହିଳା ଥାନାରେ ମାମଲା ରୁଜୁ କରାଯାଇଛି। ପଲୱାଲ୍ ଏସ୍ପି କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି।
ଥାନା ଭିତରେ ଉକ୍ତ ମହିଳା କନଷ୍ଟେବଲ୍ଙ୍କୁ ଦୁର୍ଷ୍କମ କରାଯାଇଥିବା ନେଉ ଯେଉଁ ଖବର କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି, ତାହା ଠିକ୍ ନୁହେଁ ବୋଲି ଏସ୍ପି କହିଛନ୍ତି। ସେ ଏହାକୁ ଖଣ୍ଡନ କରିଛନ୍ତି।
ମହିଳା କନଷ୍ଟେବଲ୍ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଯୋଗୀନ୍ଦର ଓରଫ ମିଣ୍ଟୁକୁ ସେ ୨୦୧୪ରୁ ଜାଣିଥିଲେ। ସେ ପଲୱାଲ୍ ଜିଲ୍ଲାର ଅଲୱାଲପୁରର ବାସିନ୍ଦା। ମହେନ୍ଦ୍ରଗଡ଼ରେ ପ୍ରଥମେ ସେମାନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା।
ସେ କହିଛନ୍ତି ଯେ ଫରିଦାବାଦ୍, ଜିନ୍ଦ୍ ଓ ପଲୱାଲ୍ରେ ପୋଷ୍ଟିଂ ବେଳେ ଯୋଗୀନ୍ଦର ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଥିଲା। ୨୦୧୭ ଜୁନ୍ରେ ଯୋଗୀନ୍ଦର ତା’ ଭାଇ ସହିତ ତାଙ୍କର ପରିଚୟ କରାଇଥିଲା। ତା’ ଭାଇ ଜଣେ ହେଡ୍ କନଷ୍ଟେବଲ୍। ସେ ବି ତାଙ୍କ ସହିତ ଦୁଷ୍କର୍ମ କରିଥିଲା।
ମହିଳା କନଷ୍ଟେବଲ୍ କହିଛନ୍ତି ଯେ ଯୋଗୀନ୍ଦର ତାଙ୍କର କିଛି ଆପତ୍ତିଜନକ ଫଟୋ ରଖି ତାଙ୍କୁ ଟଙ୍କା ଓ ସେକ୍ସ ପାଇଁ ବ୍ଲାକ୍ମେଲିଂ କରୁଥିଲା। ନ ହେଲେ ଉକ୍ତ ଫଟୋଗୁଡ଼ିକୁ ସୋଶାଲ୍ ମିଡିଆରେ ଛାଡ଼ି ଦେବାକୁ ଧମକ ଦେଉଥିଲା।
ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଯୋଗୀନ୍ଦର ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।
from Odisha Reporter https://ift.tt/2Me4tvh
No comments:
Post a Comment