କୁଆଡ଼େ ହଜିଗଲା ବିଜେଡିର ଆଇନଜୀବୀ ସାମ୍ମୁଖ୍ୟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

କୁଆଡ଼େ ହଜିଗଲା ବିଜେଡିର ଆଇନଜୀବୀ ସାମ୍ମୁଖ୍ୟ !

ଚର୍ଚ୍ଚା ହେଉଛି, ବିଜେଡିର ଜଣେ ଯୁବନେତା ରାଜ୍ୟର ଆଇନମନ୍ତ୍ରୀ ଥିବାବେଳେ ନିଜର କିଛି ଓକିଲ ବନ୍ଧୁଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖାଇ ଦଳରେ ସାମିଲ କରିବାରେ ସଫଳ ହୋଇଥିଲେ। ଏପରିକି ବିଜେଡିରେ ପ୍ରଥମଥର ପାଇଁ ଆଇନଜୀବୀ ସାମ୍ମୁଖ୍ୟ ଗଠନ ହୋଇଥିଲା।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ସମୟରେ ଓକିଲମାନଙ୍କ ଆନ୍ଦୋଳନକୁ ପ୍ରଶମିତ କରିବା ଉଦ୍ଦେଶ୍ୟରେ ଅତ୍ୟନ୍ତ ଚତୁରତା ସହ ଶାସକ ବିଜେଡି ଗଢ଼ିଥିବା ଦଳର ଆଇନଜୀବୀ ସାମ୍ମୁଖ୍ୟ ଏବେ କୁଆଡ଼େ ଆଉ ସରକାରକୁ ଧରାଛୁଆଁ ଦେଉନାହିଁ ବୋଲି ଚର୍ଚ୍ଚା ହେଉଛି।

ଶୁଣିବାକୁ ମିଳୁଛି, କଟକରେ ପୁଲିସ-ଓକିଲ ମୁହାଁମୁହିଁ ହେବାପରେ କୋର୍ଟ କଚେରୀରେ କାର୍ଯ୍ୟ ପ୍ରଭାବିତ ହେଉଥିଲେ ମଧ୍ୟ ତା’ର ସମାଧାନ ବାଟ ଖୋଜିବାରେ ଏ ପର୍ଯ୍ୟନ୍ତ ସରକାର ସଫଳ ହୋଇନାହାନ୍ତି। ରାଜ୍ୟର ଆଇନମନ୍ତ୍ରୀଙ୍କ ଜିଲ୍ଲାରେ ପୁଲିସ-ଓକିଲ ବିବାଦ ଯୋଗୁ କୋର୍ଟ କାର୍ଯ୍ୟ ନିୟମିତ ଭାବେ ଗତ କିଛି ଦିନ ଧରି ପ୍ରଭାବିତ ହୋଇଥିବାବେଳେ ଏହି ଅଚଳାବସ୍ଥା ଦୂର କରିବାରେ ଆଇନ ମନ୍ତ୍ରୀ କିମ୍ବା ବିଜେଡିର ଆଇନଜୀବୀ ସାମ୍ମୁଖ୍ୟ ସକ୍ଷମ ହୋଇପାରୁନାହିଁ।

ଚର୍ଚ୍ଚା ହେଉଛି, ବିଜେଡିର ଜଣେ ଯୁବନେତା ରାଜ୍ୟର ଆଇନମନ୍ତ୍ରୀ ଥିବାବେଳେ ନିଜର କିଛି ଓକିଲ ବନ୍ଧୁଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖାଇ ଦଳରେ ସାମିଲ କରିବାରେ ସଫଳ ହୋଇଥିଲେ। ଏପରିକି ବିଜେଡିରେ ପ୍ରଥମଥର ପାଇଁ ଆଇନଜୀବୀ ସାମ୍ମୁଖ୍ୟ ଗଠନ ହୋଇଥିଲା।

କିନ୍ତୁ ଦଳର ଛାମୁଆ ନେତାମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଓ ତୃତୀୟ ମହଲାର ‘କ୍ଷମତାକେନ୍ଦ୍ର’ ବୋଲାଉଥିବା ବାବୁଙ୍କ ‘ଦୂର୍-ଦୂର୍ ମାର୍ ମାର୍’ ନୀତି ଯୋଗୁ କଟକରେ ଓକିଲଙ୍କ ଆନ୍ଦୋଳନକୁ ପ୍ରଶମିତ କରିବାକୁ କୁଆଡ଼େ ବିଜେଡିର ଆଇନଜୀବୀ ସାମ୍ମୁଖ୍ୟ ଆନ୍ତରିକତା ଦେଖାଉନାହିଁ। ରାଜ୍ୟର ଆଇନମନ୍ତ୍ରୀ ନିଜେ କଟକ ଜିଲ୍ଲା ବିଜେଡି ସଭାପତି ଥିଲେ ମଧ୍ୟ ସେ ମଧ୍ୟ ଜିଲ୍ଲାରେ କୋର୍ଟ କାର୍ଯ୍ୟ ପ୍ରଭାବିତ ହେବା ଘଟଣାରେ ହସ୍ତକ୍ଷେପ କରିବାକୁ ସାହସ ସଂଚୟ କରିପାରୁନାହାନ୍ତି।

ବିଜେଡିର ଆଇନଜୀବୀ ସାମ୍ମୁଖ୍ୟକୁ ଗଢ଼ିବାରେ ଯେଉଁ ନେତାମାନେ ପ୍ରମୁଖ ଭୂମିକା ତୁଲାଉଥିଲେ ସେମାନେ ବି କୁଆଡ଼େ ନିଜର ସ୍ଥିତି ଠିକ୍ ନଥିବାରୁ ଆଉ ଓକିଲମାନଙ୍କ ଆନ୍ଦୋଳନରେ ମୁଣ୍ଡ ପୁରାଉ ନାହାନ୍ତି। ଯେଉଁଥିପାଇଁ ଏବେ ଓକିଲଙ୍କ ଆନ୍ଦୋଳନର ସମାଧାନ ସୂତ୍ର ବାହାରିପାରୁନି।

ଚର୍ଚ୍ଚା ହେଉଛି, ତୃତୀୟ ମହଲାର ଜଣେ ବାବୁ(କ୍ଷମତାକେନ୍ଦ୍ର ନୁହନ୍ତି) କୁଆଡ଼େ ଏବେ ଆଇନ ବିଭାଗର ସର୍ବୋଚ୍ଚ କର୍ତ୍ତା ସାଜି ବିଭିନ୍ନ ନିଷ୍ପତ୍ତି ନେଉଥିବାରୁ ଆଇନମନ୍ତ୍ରୀ ଜାଣିଶୁଣି ଏସବୁ ବିବାଦରୁ ଦୂରେଇ ରହିଛନ୍ତି।

ତେଣେ ବିଜେଡିର ଆଇନଜୀବୀ ସାମ୍ମୁଖ୍ୟକୁ ଗଢ଼ିବାରେ ଯେଉଁ ନେତାମାନେ ପ୍ରମୁଖ ଭୂମିକା ତୁଲାଉଥିଲେ ସେମାନେ ବି କୁଆଡ଼େ ନିଜର ସ୍ଥିତି ଠିକ୍ ନଥିବାରୁ ଆଉ ଓକିଲମାନଙ୍କ ଆନ୍ଦୋଳନରେ ମୁଣ୍ଡ ପୁରାଉ ନାହାନ୍ତି। ଯେଉଁଥିପାଇଁ ଏବେ ଓକିଲଙ୍କ ଆନ୍ଦୋଳନର ସମାଧାନ ସୂତ୍ର ବାହାରିପାରୁନି।

ଶୁଣିବାକୁ ମିଳୁଛି, ବହୁ ସଂଖ୍ୟାରେ ରାଜ୍ୟର ଓକିଲଙ୍କୁ ପ୍ରତି ପଞ୍ଚାୟତରେ ନିଯୁକ୍ତି ଦେବା ପାଇଁ ସରକାରଙ୍କ ପକ୍ଷରୁ ‘ମଧୁବାବୁ ଆଇନ୍‌ ସହାୟତା କେନ୍ଦ୍ର’ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ୩୦ ପ୍ରତିଶତ ପଞ୍ଚାଯତରେ ବି ଏହି ଆଇନ ସହାୟତା କେନ୍ଦ୍ରକୁ ସରକାର ଖୋଲି ପାରିନାହାନ୍ତି।

ସେହିପରି ପଶ୍ଚିମ ଓଡ଼ିଶାରେ ଚାଲିଥିବା ଓକିଲ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ମଧ୍ୟ ଏହି ସାମ୍ମୁଖ୍ୟ କୁଆଡ଼େ କାର୍ଯ୍ୟ କରିଥାନ୍ତା। କିନ୍ତୁ ଦଳର ଆଇନଜୀବୀ ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ଏସବୁ ପ୍ରସଙ୍ଗରେ ବାରମ୍ବାର ବିଭାଗୀୟ ମନ୍ତ୍ରୀ ଓ ତୃତୀୟ ମହଲା ବାବୁଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସୁଫଳ ପାଇନଥିଲେ। ଯେଉଁଥିପାଇଁ ସେମାନେ କୁଆଡ଼େ ବିଜେଡିରେ ସାମିଲ ହୋଇ ମଧ୍ୟ ନିଜ ସରକାରକୁ ସୁରକ୍ଷା ଦେବାକୁ ଆଗେଇ ଆସୁନାହାନ୍ତି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2wRXtzo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages