ଛାତ୍ରୀଙ୍କୁ ଅପହରଣ କରିବାକୁ କ୍ଲାସ୍‌ରୁମ୍‌ରେ ପଶିଲେ, ଶବ ହୋଇ ଫେରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଛାତ୍ରୀଙ୍କୁ ଅପହରଣ କରିବାକୁ କ୍ଲାସ୍‌ରୁମ୍‌ରେ ପଶିଲେ, ଶବ ହୋଇ ଫେରିଲେ

ପାଟ୍‌ନା: ସ୍କୁଲରେ ପାଠପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରିବାକୁ ୪ ଜଣ ଦୁର୍ବୃତ୍ତ ଏକ ସ୍କୁଲର କ୍ଲାସ୍‌ରୁମ୍‌ରେ ପଶିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଜଣ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଯାଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ୩ ଜଣଙ୍କୁ ପିଟିପିଟି ମାରିଦେଇଛନ୍ତି। 
 
ବିହାରର ବେଗୁସରାଇ ଜିଲ୍ଲାରେ ଏଭଳି ଏକ ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
 
ପୁଲିସ୍‌ କହିଛି, ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୩ ଜଣ ହେଉଛନ୍ତି କୁଖ୍ୟାତ ଅପରାଧୀ। ଏମାନେ ଜଣେ ୧୧ ବର୍ଷୀୟ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରିବାକୁ କ୍ଲାସ୍‌ରୁମ୍‌କୁ ଆସିଥିଲେ। କିନ୍ତୁ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ ଗାଁ ଲୋକମାନେ ସେମାନଙ୍କୁ ପିଟିପିଟି ମାରିଦେଇଛନ୍ତି।
 
ଗତକାଲି ସକାଳ ୧୦.୩୦ରେ ୪ ଜଣ ଦୁର୍ବୃତ୍ତ ୨ଟି ମୋଟରସାଇକେଲ୍‌ରେ ଛାଉରାହି ପ୍ରାଥମିକ ସ୍କୁଲ ନିକଟରେ ପହଞ୍ଚି ଜଣେ ୧୧ ବର୍ଷୀୟ ଛାତ୍ରୀଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ। 
 
ତେବେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଛାତ୍ରୀ ଜଣଙ୍କ ସ୍କୁଲ ଆସିନାହାନ୍ତି ବୋଲି କହିବା ପରେ ଜଣେ ଦୁର୍ବୃତ୍ତ ପିସ୍ତଲ କାଢ଼ି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଧମକାଇ ଥିଲା। ଏହା ଦେଖି ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ଅଚେତ ହୋଇଯାଇଥିଲେ। ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଭୟରେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ।
 
ଏହି ସମୟରେ ନିକଟସ୍ଥ ପଡ଼ିଆରେ କାମ କରୁଥିବା କିଛି ମହିଳା ସ୍କୁଲରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ଘେରିଯାଇଥିଲେ। ତୁରନ୍ତ ଗାଁ ଲୋକମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ।  ତେବେ ୪ ଜଣଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗାଁ ଲୋକମାନେ କାବୁ କରି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। 
 
ସ୍କୁଲର କିଛି ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ମଧ୍ୟ ଏଥିରେ ସାମିଲ ହୋଇ ଦୁର୍ବୃତ୍ତମାନଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣଙ୍କୁ ପୁଲିସ୍‌ ହସ୍ପିଟାଲ୍‌ ନେଇଥିଲେ ହେଁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
 
ମୃତକମାନେ ହେଲେ ମୁକେଶ ମାହାତୋ, ଶ୍ୟାମ ସିଂହ ଓ ହୀରା ସିଂହ। ଏମାନଙ୍କ ଘର ସମସ୍ତିପୁରର ରୋସେରାରେ ବୋଲି ଜଣାପଡ଼ିଛି। ଏମାନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଥିଲା ବୋଲି ପୁଲିସ୍‌ କହିଛି। କିନ୍ତୁ ଏମାନେ କାହିଁକି ଜଣେ ନିର୍ଦ୍ଦିଷ୍ଟ ଛାତ୍ରୀଙ୍କୁ ଅପହରଣ କରିବାକୁ ଚାହୁଁଥିଲେ, ତାହା ଜଣାପଡ଼ିନାହିଁ।


from Odisha Reporter https://ift.tt/2Cz8XNj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages