ରୋଡ୍‌ ରୋମିଓକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ରୋଡ୍‌ ରୋମିଓକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ମହିଳା

accused

ବାରିପଦା(ମାଣିକ ଲାଲ୍ ପାଣି): ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ୍‌ ମାରିବାରୁ ବିଚ୍‌ ରାସ୍ତାରେ ଛେଚା ଖାଇଲା ଜଣେ ରୋଡ୍‌ ରୋମିଓ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଗାନ୍ଧି ପାର୍କ ଅଞ୍ଚଳରେ।

ଗତକାଲି ସନ୍ଧ୍ୟାରେ ଜଣେ ମହିଳା ତାଙ୍କ ପିଲାଙ୍କ ସହ ବୁଲୁଥିବା ବେଳେ ଚାରି ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଲାଇବ୍ରେରୀ ଛକ ଠାରେ ଯୁବକମାନେ ତାଙ୍କୁ କମେଣ୍ଟ୍‌ ମାରିଥିଲେ। ଏହାପରେ ମହିଳା ଜଣକ ଯୁବକମାନଙ୍କୁ ତାଗିଦ୍‌ କରିବା ସହ ଜଣେ ଯୁବକଙ୍କୁ

ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଆଉ ତିନି ଯୁବକ ସେଠାରୁ ଫେରାର୍‌ ହୋଇଯାଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇ ଯାଇଛି। ଉକ୍ତ ଯୁବକଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2zHfEcF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages