ବ୍ରେଡ୍‌କୁ ଅଧିକ ପୋଡ଼ୁଛନ୍ତି କି! ହୋଇପାରେ ଏହି ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ବ୍ରେଡ୍‌କୁ ଅଧିକ ପୋଡ଼ୁଛନ୍ତି କି! ହୋଇପାରେ ଏହି ରୋଗ

bread2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ଲୋକ ସକାଳ ଜଳଖିଆରେ ବ୍ରେଡ୍‌ ଟୋଷ୍ଟ ଖାଇବାକୁ ପସନ୍ଦ କରିଥା’ନ୍ତି। କାରଣ ଏହାକୁ ତିଆରି କରିବା ସହଜ। ଅଫିସ୍‌ ହେଉ ଅବା ପିଲାଙ୍କ ସ୍କୁଲ୍‌ ଯିବା ସମୟ, ଏହି ସମୟରେ ବ୍ରେଡ୍‌ ଟୋଷ୍ଟ ଭଲ ଜଳଖିଆ ବୋଲି କୁହାଯାଇଥାଏ।

କିନ୍ତୁ ଏହି ବ୍ରେଡ୍‌ ଟୋଷ୍ଟ ଯୋଗୁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ମଧ୍ୟ ଆଶଙ୍କା ରହିଛି। ଅନେକ ସମୟରେ ଶୀଘ୍ର ଜଳଖିଆ ପ୍ରସ୍ତୁତ କରୁଥିବାବେଳେ ବ୍ରେଡ୍‌ ଅଧିକ ଭାଜି ହୋଇ ମାଟିଆ ରଙ୍ଗର ହୋଇଯାଏ। କେତେକ ବିଶେଷଜ୍ଞ କହୁଛନ୍ତି,ଏହିପରି ବ୍ରେଡ୍‌ ଟୋଷ୍ଟ୍‌ ଖାଇଲେ, ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।bread3ଏକ ଗବେଷଣା ଅନୁସାରେ, ଅଧିକ ପୋଡ଼ିଥିବା ବ୍ରେଡ୍‌ ଖାଇବା ଦ୍ୱାରା କ୍ୟାନସର୍‌ ହେବାର ଆଶଙ୍କା ମଧ୍ୟ ରହିଛି।

ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ, ବ୍ରେଡ୍‌କୁ ଅଧିକ ପୋଡ଼ିଲେ, ଏହା ଲାଲ୍‌ କିମ୍ୱା କଳା ରଙ୍ଗର ହୋଇଯାଏ। ଏପରି ସ୍ଥିତିରେ ବ୍ରେଡ୍‌ରୁ ଆକ୍ରିଲାମାଇଡ୍‌ ନାମକ ଏକପ୍ରକାର କେମିକାଲ୍‌ ସୃଷ୍ଟି ହୋଇଥାଏ, ଯାହା କ୍ୟାନସର୍‌ ହେବାର ପ୍ରମୁଖ କାରଣ। ଏହି ଆକ୍ରିଲାମାଇଡ୍‌ କେମିକାଲ୍‌ ପୂର୍ବରୁ ବିଭିନ୍ନ ଖାଦ୍ୟ ସାମଗ୍ରୀରେ ରହିଥାଏ। କିନ୍ତୁ ୨୦୦୨ରେ ହୋଇଥିବା ଏକ ଗ୍ରୁପ୍‌ ଗବେଷଣାରୁ ଜଣାପଡ଼ିଥିଲା ଯେ ପୋଡ଼ା ଖାଦ୍ୟରେ ଏହି କେମିକାଲ୍‌ର ମାତ୍ରା ବଢିଯାଏ, ଯାହା ଶରୀର ପାଇଁ କ୍ଷତିକାରକ।

ଏହି ସବୁ ଖାଦ୍ୟରେ ରହିଛି ଆକ୍ରିଲାମାଇଡ୍‌:
bread4ଆକ୍ରିଲାମାଇଡ୍‌ କେମିକାଲ୍‌ କେବଳ ବ୍ରେଡ୍‌ରେ ନୁହେଁ, ବରଂ ଅଧିକାଂଶ ଖାଦ୍ୟ ସାମଗ୍ରୀରେ ଆପଣ ଏହାକୁ ପାଇପାରିବେ। ଚକୋଲେଟ୍‌, ବାଦାମ, ଆଳୁ ଚିପସ୍‌, କଫି ଏବଂ କିଛି ଫଳ ଏବଂ ପରିବାରେ ମଧ୍ୟ ଏହା ରହିଥାଏ। ଏହା ବ୍ୟତୀତ ଶର୍କରାର ମାତ୍ରା ଅଧିକ ଥିବା ଖାଦ୍ୟ ସାମଗ୍ରୀ ଏବଂ ଯେଉଁ ଖାଦ୍ୟକୁ ୧୨୦ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ଫୁଟାଯାଏ, ସେଥିରୁ ମଧ୍ୟ ଆକ୍ରିଲାମାଇଡ୍‌ କେମିକାଲ୍‌ ତିଆରି ହୋଇଥାଏ। ଯେପରିକି ଡାଲି, ବିସ୍କୁଟ୍‌, କେକ୍ ଏବଂ କଫି ଇତ୍ୟାଦି।bread1ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଯଦି କୌଣସି ଖାଦ୍ୟ ଅଧିକ ପୋଡ଼ି ଯାଇଛି,ତେବେ ଏହାକୁ ଖାଦ୍ୟ ତାଲିକାରେ ସାମିଲ୍‌ କରନ୍ତୁ ନାହିଁ। ଖାଦ୍ୟର ରଙ୍ଗ ଯେତେ ଗାଢ଼ ହେବ, ସେଥିରୁ ସେତେ ଅଧିକ ଆକ୍ରିଲାମାଇଡ୍‌ ତିଆରି ହୋଇଥାଏ। ଏଥିପାଇଁ ଖାଦ୍ୟକୁ ଅଧିକ ପୋଡ଼ିବାକୁ ଦିଅନ୍ତୁ ନାହିଁ।



from Odisha Reporter https://ift.tt/2NfPXU2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages