ଶ୍ରୀକୃଷ୍ଣ ଯେଉଁଠି ହାରି ଯାଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଶ୍ରୀକୃଷ୍ଣ ଯେଉଁଠି ହାରି ଯାଇଥିଲେ

ସୁଦାମା ଓ କୃଷ୍ଣ ବାଲ୍ୟବନ୍ଧୁ ଥିଲେ। ହେଲେ ସୁଦାମା କୃଷ୍ଣଙ୍କୁ କେବେ ବି କିଛି ମାଗି ନ ଥିଲେ। ସୁଦାମାଙ୍କ ପାଇଁ କୃଷ୍ଣ ଥିଲେ ଭଗବାନ ବି ଆଉ ବନ୍ଧୁ ବି। ଯେତେବେଳେ ସୁଦାମା କୃଷ୍ଣଙ୍କୁ ଦେଖା କରିବାକୁ ଦ୍ୱାରକା ଯାଉଥିଲେ ସେତେବେଳେ ତାଙ୍କୁ ବହୁ ପଥକଷ୍ଟ ହେଉଥିଲା। ସୁଦାମାଙ୍କ ଗୋଡ଼ରେ କଣ୍ଟାରେ ଫୁଟି ରକ୍ତସ୍ରାବ ହେଉଥିଲା। ତଥାପି ବି ସେ କହୁଥିଲେ ‘ଜୟ ଶ୍ରୀକୃଷ୍ଣ’। 
 
ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ ନାମ ଜପି ଜପି ସେ ତାଙ୍କର ସମସ୍ତ ଦୁଃଖ ଦୂର କରୁଥିଲେ।
 
ସୁଦାମା ଥିଲେ ଏପରି ଜଣେ ବ୍ୟକ୍ତି ଯାହା ମୁହଁରୁ ଦୁଃଖ ବେଳେ ବାହାରୁଥିଲା ‘ଜୟ ଶ୍ରୀକୃଷ୍ଣ’ ଓ ସୁଖ ବେଳେ ମଧ୍ୟ ବାହାରୁଥିଲା ‘ଜୟ ଶ୍ରୀକୃଷ୍ଣ’। ନା ସେ ଦୁଃଖରେ କୃଷ୍ଣଙ୍କୁ ଭୁଲି ଯାଉଥିଲେ ନା ସୁଖରେ ଭୁଲି ଯାଉଥିଲେ। ସତ କହିବାକୁ ଗଲେ ‘ଜୟ ଶ୍ରୀକୃଷ୍ଣ’ ଶବ୍ଦ ଉଚ୍ଚାରଣ ହିଁ ଥିଲା ତାଙ୍କ ପାଇଁ ସୁଖ ଆଉ ଶାନ୍ତି। କୃଷ୍ଣଙ୍କ ପ୍ରତି ତାଙ୍କର ଭଲ ପାଇବା ଥିଲା ଅନନ୍ତ ଆଉ ଶାଶ୍ୱତ। ସେଥିପାଇଁ ଶ୍ରୀକୃଷ୍ଣ ମୁରଲୀ ମନୋହର ନାମରେ ଛଦ୍ମବେଶୀ ସାଜି ତାଙ୍କ ସହ ଦ୍ଵାରକା ଯାତ୍ରାରେ ସାମିଲ ହୋଇଥିଲେ।

ସୁଦାମା ହେଉଛନ୍ତି ଏପରି ଏକ ବ୍ୟକ୍ତିତ୍ୱ ଯିଏ ତାଙ୍କ ଜୀବଦ୍ଦଶା ମଧ୍ୟରେ କୌଣସି ଗୋଟିଏ ମଧ୍ୟ ପାପ କରିନଥିଲେ। ସୁଦାମାଙ୍କ ପାଇଁ କର୍ତ୍ତବ୍ୟ ଥିଲା ବଡ଼। ଏପରିକି ସୁଦାମା ନିଜେ ଉପବାସ ରହି ଅତିଥିଙ୍କୁ ଖାଦ୍ୟ ଦାନ କରୁଥିଲେ। ସୁଦାମାଙ୍କ ଭଳି ଭକ୍ତ ବିରଳ। କେବଳ ସେଥିପାଇଁ କୃଷ୍ଣ ତାଙ୍କୁ ପାଛୋଟି ନେବାକୁ ସିଂହାସନରୁ ତଳକୁ ଓହ୍ଲେଇ ଆସିଥିଲେ।
 
ସୁଦାମାଙ୍କ ପତ୍ନୀ ବସୁନ୍ଧରା ନିଜ ପିଲାପିଲିଙ୍କୁ ଉପବାସ ରଖି କୃଷ୍ଣଙ୍କ ପାଇଁ ତିନି ମୁଠା ଖୁଦ ଏକ ପୁଡ଼ିଆରେ ବାନ୍ଧି ପଠାଇଥିଲେ। ସୁଦାମା ଏତେ ଦରିଦ୍ର ହୋଇ ମଧ୍ୟ କୃଷ୍ଣଙ୍କୁ ଏ କଥା କହିବାକୁ ଚାହୁଁ ନଥିଲେ। 
 
କୃଷ୍ଣ ଚାହୁଁଥିଲେ ସୁଦାମା ତାଙ୍କୁ ମାଗନ୍ତୁ ଆଉ ସେ ତାଙ୍କର ଇଚ୍ଛା ପୂରଣ କରିବେ। କିନ୍ତୁ କୃଷ୍ଣ ଶତଚେଷ୍ଟା କରି ମଧ୍ୟ ସୁଦାମାଙ୍କ ନିକଟରେ ହାରିଯାଇଥିଲେ। ଶେଷରେ ସୁଦାମା କହିଥିଲେ,‘ତୁମ ଦୟାରୁ ସବୁ କୁଶଳ ଅଛି’। ଆଉ କୃଷ୍ଣ ‘ତାହା ହିଁ ହେବ’ କହି ସୁଦାମାଙ୍କ ପାଇଁ ରାଜମହଲ ନିର୍ମାଣ କରାଇଦେଇଥିଲେ।
 
ସୁଦାମାଙ୍କ ଜୀବନଦର୍ଶନ ଏତେ ସ୍ୱଚ୍ଛ ଥିଲା ଯେ ସ୍ୱୟଂ ଭଗବାନ ତାଙ୍କୁ ତାଙ୍କ ଦିବ୍ୟରୂପ ଦର୍ଶନ କରାଇବା ପାଇଁ ମଧ୍ୟ ବ୍ୟାକୁଳ ହୋଇଥିଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ ସୁଦାମାଙ୍କ ପାଇଁ କଣ୍ଟିକତ ଜୀବନପଥ ବି ଥିଲା ସୁଗମ୍ୟ। ତେଣୁ ତାଙ୍କୁ ଉଭୟ ସୁଖ ଓ ମୋକ୍ଷ ପ୍ରାପ୍ତି ହୋଇଥିଲା।


from Odisha Reporter https://ift.tt/2xvU8X4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages