
ନୂଆଦିଲ୍ଲୀ: ହାଇଦ୍ରାବାଦସ୍ଥିତ ପୁରୁଣା ପ୍ରାସାଦରେ ଥିବା ନିଜାମ୍ ସଂଗ୍ରହାଳୟରୁ ଚୋରି ହୋଇଛି। ସଂଗ୍ରହାଳୟରେ ଥିବା ୨ କିଲୋଗ୍ରାମ୍ ଓଜନର ସୁନାର ଏକ ଟିଫିନ୍ ବକ୍ସ, ମୁଲ୍ୟବାନ୍ ଧାତୁ ଖଚିତ କପ୍, ହୀରା, ପନ୍ନା ସହିତ ଅନେକ ଐତିହାସିକ ଓ ଦାମୀ ବସ୍ତୁ ନିଖୋଜ ହୋଇଯାଇଛି।
ଚୋରି ଜିନିଷର ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି।
ଏନେଇ ସଂଗ୍ରହାଳୟର ପ୍ରଶାସନିକ ଅଧିକାରୀ ଶୌକତ ହୁସେନ ହାଇଦ୍ରାବାଦର ମୀର ଚୌକ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।
ହୁସେନ କହିଛନ୍ତି,“ମ୍ୟୁଜିୟମ୍ ଖୋଲାଯିବା ସମୟରେ ଏହାର ଏକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଏହାସହ କିଛି ଜିନିଷ ନ ଥିଲା। ଏହି ଐତିହାସିକ ବସ୍ତୁ ସପ୍ତମ ନିଜାମ୍ ଉସ୍ମାନ ଅଲ୍ଲୀ ବାହାଦୁରଙ୍କର ଥିଲା।”
ଅଭିଯୋଗ ଅନୁସାରେ, ସଂଗ୍ରହାଳୟର ଦୁଇ ଫୁଟ୍ ଚଉଡ଼ା ଭେଣ୍ଟିଲେଟରରେ ଚୋରମାନେ ପ୍ରବେଶ କରିଥିଲେ। ଏହାପରେ ଏକ ରଶି ସାହାଯ୍ୟରେ ତଳକୁ ପହଞ୍ଚି ଯାଇଥିଲେ। ଯାହାକି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି।
from Odisha Reporter https://ift.tt/2oD7jAn
No comments:
Post a Comment