ଫିଲ୍ମ ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଫିଲ୍ମ ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ପରଲୋକ

kalpana

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ପରଲୋକ ହୋଇଯାଇଛି। ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ମୁମ୍ବାଇର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା।

ସେ କିଡ୍‌ନୀ କ୍ୟାନସରରେ ପୀଡ଼ିତ ଥିଲେ। ତିନି ବର୍ଷ ହେଲା ତାଙ୍କର ଚିକିତ୍ସା ଚାଲିଥିଲା।

କଳ୍ପନା ହେଉଛନ୍ତି ପ୍ରସିଦ୍ଧ ଚିତ୍ରକର ଲଲିତା ଲାଜମୀଙ୍କ ଝିଅ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ଗୁରୁ ଦତ୍ତଙ୍କ ଝିଆରୀ। ତାଙ୍କ ମୃତ୍ୟୁରେ ବଲିଉଡ୍‌ର କଳାକାରମାନେ ଦୁଃଖ ପ୍ରକାଶ କରିଛନ୍ତି।

‘ରୁଦାଲୀ’, ‘ଦମନ’ ଓ ‘ଦରମିୟାନ୍’ ଭଳି ଫିଲ୍ମ ସେ ଦର୍ଶକଙ୍କୁ ଦେଇଥିଲେ।

୧୯୯୩ରେ ସେ ‘ରୁଦାଲି’ ଫିଲ୍ମ ନିର୍ମାଣ କରିଥିଲେ। ଏଥିରେ ଡିମ୍ପଲ୍ କପାଡ଼ିଆ ଅଭିନୟ କରିଥିଲେ। ଡିମ୍ପଲ ମଧ୍ୟ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

୨୦୦୧ରେ ଆସିଥିବା ସେ ତିଆରି କରିଥିଲେ ‘ଦମନ’। ଏଥିରେ ରବୀନା ଟଣ୍ଡନ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ରବୀନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

୨୦୦୬ରେ କଳ୍ପନା ତାଙ୍କର ଶେଷ ଫିଲ୍ମ ‘ଚିଙ୍ଗାରୀ’ ନିର୍ମାଣ କରିଥିଲେ। ଏଥିରେ ମିଥୁନ୍ ଚକ୍ରବର୍ତ୍ତୀ ଓ ସୁସ୍ମିତା ସେନ୍ ଅଭିନୟ କରିଥିଲେ।

କଳ୍ପନା ଦେଶର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ୍ ବେନେଗଲଙ୍କ ଅଧୀନରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।



from Odisha Reporter https://ift.tt/2NzQsgU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages