ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଖସିଗଲା ଦୁର୍ଦ୍ଦାନ୍ତ ନାଭେଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଖସିଗଲା ଦୁର୍ଦ୍ଦାନ୍ତ ନାଭେଦ

ଜମ୍ମୁ : ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଅନନ୍ତନାଗରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ କୁଖ୍ୟାତ ଆତଙ୍କବାଦୀ ନାଭେଦ ଜୁଟ ଅଳ୍ପକେ ଖସିଯାଇଛି। ସେପଟେ ସୁରକ୍ଷାକର୍ମୀଙ୍କ ଅପରେସନକୁ ସ୍ଥାନୀୟ ଲୋକମାନେ କଡ଼ା ବିରୋଧ କରିଥିଲେ। ଏପରିକି ସେମାନେ ଉତ୍ତ୍ୟକ୍ତ ହୋଇ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ ।

ଅନନ୍ତନାଗ ଅଞ୍ଚଳରେ ‌ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ପୂରା ଏରିଆକୁ କର୍ଡନ କରି ଆରମ୍ଭ କରିଥିଲେ ଛାନଭିନ୍। ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ଆତଙ୍କବାଦୀମାନେ ପାଲଟା ଗୁଳିମାଡ଼ କରିଥିଲେ। ଏଥିରେ ଲସ୍କର ଏ ତାଇବା ଆତଙ୍କବାଦୀ ଆସିଫ ମାଲିକ ନିହତ ହୋଇଛି। ଅନ୍ୟପକ୍ଷରେ ଆଉ ଜଣେ କୁଖ୍ୟାତ ଆତଙ୍କବାଦୀ ନାଭେଦ ଜୁଟ୍ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଫେରାର ହେବାରେ ସଫଳ ହୋଇଛି।

ତେବେ ନାଭେଦ ଗୁଳିମାଡ଼ରେ ଆହତ ହୋଇଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ମଧ୍ୟରେ ନାଭେଦ୍ ଦୁଇ ଦୁଇଥର ଏଙକାଉଣ୍ଟର ସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଛି।

ଗତ ଜୁନ୍‌ ମାସରେ ‘ରାଇଜିଂ କାଶ୍ମୀର’ ଖବର କାଗଜର ମୁଖ୍ୟ ସମ୍ପାଦକ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ସେ ସାମିଲ ଥିଲା। ଗିରଫ ହେବା ପରେ ସେ ଶ୍ରୀନଗରର ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇ ଯାଇଥିଲା।



from Odisha Reporter https://ift.tt/2xXJ3NU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages