
ନୂଆଦିଲ୍ଲୀ: ବାବ୍ରିମସଜିଦ୍ ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିଜେପି ନେତା ତଥା ସାଂସଦ ସୁବ୍ରମଣ୍ୟନ୍ ସ୍ୱାମୀ ସ୍ୱାଗତ କରିଛନ୍ତି। ୧୯୯୪ରେ ଇସ୍ମାଇଲ୍ ଫାରୁକୀ ରାୟକୁ ଆଜି ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିବା ସହ ନମାଜ୍ ପ୍ରାର୍ଥନା ପାଇଁ ମସଜିଦ୍ ଇସଲାମ୍ର ଏକ ଅଭିନ୍ନ ଅଂଶ ନୁହେଁ ବୋଲି ଗ୍ରହଣ କରିଛନ୍ତି। ତା’ ସହ ଏହି ମାମଲାକୁ ବୃହତ୍ତର ବେଞ୍ଚକୁ ପଠାଇବାର ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
ଏହିପରିପ୍ରେକ୍ଷୀରେ ସ୍ୱାମୀ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ରାୟ ରାମ ଜନ୍ମଭୂମି-ବାବ୍ରିମସଜିଦ୍ ବିବାଦୀୟ ଜମି ମାମଲା ଶୁଣାଣିକୁ ତ୍ୱରାନ୍ୱିତ କରିବ। ସେ କହିଛନ୍ତି ଆଜିର ରାୟ ବିଜୟ ନୁହଁ କିନ୍ତୁ ଏହା ତାଙ୍କ ଲଢ଼େଇ ପାଇଁ ଏକ ଶୁଭ ସୂଚନା। ସେ କହିଛନ୍ତି ଯେ, ସେ ଆସନ୍ତକାଲି ସୁପ୍ରିମକୋର୍ଟ ଯିବେ। ଅଯୋଧ୍ୟାର ରାମଜନ୍ମଭୂମିରେ ନିଜର ପୂଜା କରିବାର ଅଧିକାର ଦାବି କରିବେ। ଆଉ ଅଗ୍ରାଧିକାର ଭିତ୍ତିରେ ଏହି ମାମଲାର ଶୁଣାଣି କରିବା ପାଇଁ ସେ ନିବେଦନ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ୧୯୯୪ ରାୟ ପ୍ରସଙ୍ଗ ଯୋଗୁ ତାଙ୍କ ଦ୍ୱାରା କରାଯାଥିବା ପିଟିସନ୍ କୋର୍ଟରେ ଦୀର୍ଘ ଦିନ ହେଲା ଅଟକି ରହିଛି।
ଅଯୋଧ୍ୟା ମାମଲାର ଶୁଣାଣିକୁ ଅଯଥାରେ ଅଧିକ କାଳ ପର୍ଯ୍ୟନ୍ତ ଗଡ଼ାଇବା ଉଦ୍ଦେଶ୍ୟରେ କେତେକ ଏହାକୁ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ରହିଛି ବୋଲି ଦର୍ଶାଉଥିଲେ। ଯାହାକୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଦେବା ସହ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚର ସମାନ ଗୁରୁତ୍ୱ ରହିଛି ବୋଲି କହିଛନ୍ତି। ତେଣୁ, ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଆଉ କେହି ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟନ୍ ସ୍ୱାମୀ।
from Odisha Reporter https://ift.tt/2Q80Ysy
No comments:
Post a Comment