ବାପାଙ୍କୁ ଏମିତି ସର୍‌ପ୍ରାଇଜ୍‌ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ବାପାଙ୍କୁ ଏମିତି ସର୍‌ପ୍ରାଇଜ୍‌ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ଗସ୍ତରୁ ଫେରି ତାଙ୍କ ବାପାଙ୍କୁ କେମିତି ଆଶ୍ଚର୍ଯ୍ୟ ଚକିତ କରିଥିଲେ, ତା’ର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଖୋଦ୍‌ ହାର୍ଦ୍ଦିକ ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି।

ପୂର୍ବରୁ ଇଂଲଣ୍ଡରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ହାର୍ଦ୍ଦିକଙ୍କୁ ସୋଶାଲ୍‌ ମିଡିଆରେ ଅନେକ ସମାଲୋଚନା କରିଥିଲେ। କିନ୍ତୁ ଏବେ ବାପାଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଦେଖି ହାର୍ଦ୍ଦିକଙ୍କୁ ଅନେକ ଫ୍ୟାନ୍‌ ପ୍ରଶଂସାରେ ପୋତି ପକାଇଛନ୍ତି।

ଭିଡିଓରେ ହାର୍ଦ୍ଦିକଙ୍କ ବାପା ବେଡ୍‌ରେ ଶୋଇଛନ୍ତି। ଏହି ସମୟରେ ହାର୍ଦ୍ଦିକ ଧୀରେଧୀରେ ଯାଇ ତାଙ୍କ ବାପାଙ୍କ ପାଖରେ ବସିଛନ୍ତି ହାର୍ଦ୍ଦିକଙ୍କୁ ଦେଖି ତାଙ୍କ ବାପା ସଂପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ହୋଇଯାଇଥିବା ଜଣାପଡ଼ୁଛି। ଏହାପରେ ସେ ହାଦ୍ଦିର୍କଙ୍କୁ ଆଲିଙ୍ଗନ କରି ଭାବପ୍ରବଣ ହୋଇଯାଇଛନ୍ତି।

ହାର୍ଦ୍ଦିକ ଏହି ଭିଡିଓ ଛାଡ଼ିବା ସହ ଏହାର ଶୀର୍ଷକ ରଖିଛନ୍ତି “ଯେତେବେଳେ ଆପଣ ବାପାଙ୍କୁ ସର୍‌ପ୍ରାଇଜ୍‌ ଦିଅନ୍ତି”।

ବାପାଙ୍କୁ ଏଭଳି ସରପ୍ରାଇଜ୍‌ ଦେବା ହାର୍ଦ୍ଦିକଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ଅଗଷ୍ଟ ମାସରେ ହାର୍ଦ୍ଦିକ ତାଙ୍କ ବାପାଙ୍କୁ ଏକ ଜିନ୍‌ କମ୍ପାସ୍‌ ଏସ୍‌ୟୁଭି ଉପହାର ଦେଇଥିଲେ। ଏକଥାକୁ ହାର୍ଦ୍ଦିକ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଥିଲେ। ଏହାପରେ ହାର୍ଦ୍ଦିକଙ୍କୁ ତାଙ୍କ ବାପା ଭିଡିଓ କଲ୍‌ କରି “ଆଇ ଲଭ୍‌ ୟୁ” ବୋଲି କହିଥିଲେ।
javascript:;



from Odisha Reporter https://ift.tt/2x8BUdV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages