
ସିଡ୍ନୀ: ଅନ୍ତର୍ଜାତୀୟ କ୍ରିକେଟ୍ରେ ବଲ୍ ଟାମ୍ପରିଂ କରି ବାସନ୍ଦାଦେଶ ପାଇଥିବା ଟିମ୍ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ୨୯ ବର୍ଷୀୟ ସ୍ମିଥ ତାଙ୍କ ଦୀର୍ଘଦିନର ପ୍ରେମିକା ଡ୍ୟାନି ୱିଲିସ୍ଙ୍କୁ ଆନୁଷ୍ଠାନିକ ଭାବେ ବିବାହ କରିଛନ୍ତି।

ସ୍ମିଥ୍ ଇନ୍ଷ୍ଟାଗ୍ରାମରେ ତାଙ୍କ ଶୁଭ ପରିଣୟର ଫଟୋ ଛାଡ଼ି ସାରା ବିଶ୍ୱକୁ ଏହି ଖବର ଜଣାଇଛନ୍ତି। ସେ ଲେଖିଛନ୍ତି, ଆଜି ମୁଁ ମୋ ବେଷ୍ଟ୍ ଫ୍ରେଣ୍ଡ୍କୁ ବିବାହ କରିଛି। ଏହା ମୋ ପାଇଁ ଏକ ଅଭୂତପୂର୍ବ ଦିନ। ଡ୍ୟାନ୍ ୱିଲିସ୍ ଆଜି ବିଶ୍ୱର ସବୁଠାରୁ ଅଧିକ ସୁନ୍ଦରୀ ଭଳି ଦିଶୁଛନ୍ତି।”

ସ୍ମିଥ୍ ପ୍ରଥମଥର ପାଇଁ ସିଡ୍ନୀ ଗ୍ରାଉଣ୍ଡ୍ରେ ଚାଲିଥିବା ବିଗ୍ ବ୍ୟାଶ୍ ଲିଗ୍ରେ ଡ୍ୟାନିଙ୍କୁ ଦେଖିଥିଲେ। ୨୦୧୭ରେ ଆଇନ୍ ଓ ବାଣିଜ୍ୟ ବିଭାରେ ଅଧ୍ୟୟନ କରୁଥିବା ଡ୍ୟାନିଙ୍କୁ ସ୍ମିଥ୍ ନିଜର ପ୍ରେମ ନିବେଦନ କରିଥିଲେ। ଏହାପରେ ଉଭୟଙ୍କ ପ୍ରେମଗାଡ଼ି ଆଗକୁ ଗଡ଼ିଥିଲା।

ଗତ ମାର୍ଚ୍ଚ ମାସରେ ସାଉଥ ଆଫ୍ରିକା ସହ କ୍ରିକେଟ ସିରିଜ ଚାଲିଥିବା ବେଳେ ତାଙ୍କ ବିରୋଧରେ ବଲ୍ ଟାମ୍ପରିଂ ଅଭିଯୋଗ ଆସିଥିଲା। ଏଥିପାଇଁ ତାଙ୍କ ସମେତ ୩ ଜଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପରେ ବ୍ୟାନ୍ ଲାଗୁ କରାଯାଇଥିଲା। ସାରା ବିଶ୍ୱ ଏହାକୁ ନେଇ ସ୍ମିଥ୍ଙ୍କୁ କଟୁ ସମାଲୋଚନା କରିଥିବା ବେଳେ ଡ୍ୟାନି କିନ୍ତୁ ତାଙ୍କ ସାଥ୍ ଦେଇଥିଲେ। ଉଭୟ ସବୁ ଘାତ ପ୍ରତିଘାତକୁ ଅତିକ୍ରମ କରି ଆଗକୁ ବଢ଼ିଥିଲେ। ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ଜୀବନର ଏକ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି।

from Odisha Reporter https://ift.tt/2xd0nyz
No comments:
Post a Comment