
ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପନାଡ଼ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି।
ଘୋଡ଼ାହାଡ଼ ନଦୀରେ ବୁଡ଼ି ଯାଇ ମାଆପୁଅଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ସୁଷମା ମହାରଣା (୩୫) ଓ ସୁଧାଂଶୁ ମହାରଣା(୯)।
ମା’ପୁଅ ନଈକୁ ଗାଧୋଇବାକୁ ଯାଇଥିବା ଏ ଘଟଣା ଘଟିଥିଲା। ଗାଧୋଉଥିବା ବେଳେ ପୁଅ ବୁଡ଼ି ଯାଉଥିବା ଦେଖି ସୁଷମା ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। ତେବେ ଉଭୟ ବୁଡ଼ି ଗଲେ।
ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
from Odisha Reporter https://ift.tt/2R9nZwn
No comments:
Post a Comment