ମଡେଲ୍‌ଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ମଡେଲ୍‌ଙ୍କୁ ଗୁଳି କରି ହତ୍ୟା

tara

ବାଗ୍‌ଦାଦ୍‌: ଇରାକ୍‌ର ଜଣେ ପ୍ରସିଦ୍ଧ ମଡେଲ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ତାରା ଫାରିସ୍‌। ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା।

ଏହି ଘଟଣା ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ ଘଟିଛି। ତାରା କାର୍‌ରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଇରାକ୍‌ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ସୂଚନା ଦିଆଯାଇଛି।
ତାରାଙ୍କୁ ସେଠାରେ ‘ଇନ୍‌ଷ୍ଟାଗ୍ରାମ୍ ମଡେଲ୍‌’ ବୋଲି କୁହାଯାଉଥିଲା। ଇନ୍‌ଷ୍ଟାଗ୍ରାମ୍‌ରେ ସେ ତାଙ୍କର ବିଭିନ୍ନ ଫଟୋ ପୋଷ୍ଟ୍ କରୁଥିଲେ ଓ ଏଥିରେ ତାଙ୍କର ୨୭ ଲକ୍ଷ ଫଲୋଅର ଥିଲେ।

tara1ଟାଟୁ, ଷ୍ଟାଇଲିସ୍ ହେୟାର ଓ ବିଭିନ୍ନ ଡିଜାଇନର ଡ୍ରେସ୍‌ ପାଇଁ ସେ ଖୁବ୍‌ ଲୋକ ପ୍ରିୟ ଥିଲେ। ସୂଚନା ଅନୁଯାୟୀ, ତାରାଙ୍କୁ ତାଙ୍କର ଏହି ଲୋକପ୍ରିୟତା ପାଇଁ ହତ୍ୟା କରାଯାଇଛି। ଦେଶର କିଛି କଠୋରପନ୍ଥୀ ଗୋଷ୍ଠୀ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି।

ଇରାକ୍‌ ପୁଲିସ୍‌ ଏହି ଘଟଣାରେ ତଦନ୍ତ ଆରମ୍ଭ କରି ଦେଇଛି।

ତାରା ୧୯୯୮ରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଇରାକର ଓ ମା’ ଲେବନାନ୍‌ର। ୨୦୧୫ରେ ତାରା ଏକ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ।



from Odisha Reporter https://ift.tt/2OYTXdt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages