ଆଙ୍ଗୁଠିରେ ପିନ୍ଧନ୍ତୁ ଏହି ମୁଦି, ମିଳିବ ସଫଳତାର ରାସ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଆଙ୍ଗୁଠିରେ ପିନ୍ଧନ୍ତୁ ଏହି ମୁଦି, ମିଳିବ ସଫଳତାର ରାସ୍ତା

ring2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁ ଦୋଷକୁ କାଟିବା ପାଇଁ ଅନେକ ଆଙ୍ଗୁଠିରେ ଭିନ୍ନ ଭିନ୍ନ ପ୍ରକାରର ମୁଦି ପିନ୍ଧିଥା’ନ୍ତି। କିଛି ଲୋକଙ୍କୁ ଆଙ୍ଗୁଠିରେ ‘କଇଁଚ୍ଛ ମୁଦି’ ପିନ୍ଧି ଥିବାର ମଧ୍ୟ ଆପଣ ଦେଖିଥିବେ।

ଆପଣ ଜାଣିଛନ୍ତି କି, ଏହି ମୁଦି କାହିଁକି ଧାରଣ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଏହି ‘କଇଁଚ୍ଛ ମୁଦି’ ପିନ୍ଧିଲେ, ମନରେ ସକାରାତ୍ମକ ଭାବ ଆସିଥାଏ। ଆଉ ନିଜର ଏହି ସକାରାତ୍ମକ ମନୋଭାବ ଯୋଗୁ ଜୀବନରେ ଅନେକ ପ୍ରଗତି ହୋଇଥାଏ।

‘କଇଁଚ୍ଛ ମୁଦି’କୁ ଉନ୍ନତିର ପ୍ରତୀକ ବୋଲି କୁହାଯାଇଥାଏ। ‘କଇଁଚ୍ଛ ମୁଦି’ ବିଷୟରେ ବାସ୍ତୁଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଯେଉଁ ବ୍ୟକ୍ତି ଏହାକୁ ଧାରଣ କରିଥା’ନ୍ତି, ସେ କେବେ ବି ଜୀବନରେ ଅସଫଳ ହୁଅନ୍ତି ନାହିଁ।

ring1କଇଁଚ୍ଛ ସହିତ ଭଗବାନ ବିଷ୍ଣୁଙ୍କର ସମ୍ୱନ୍ଧ ରହିଛି। ଯେଉଁ ବ୍ୟକ୍ତି ଏହି ମୁଦି ଧାରଣ କରନ୍ତି, ତାଙ୍କ ଉପରେ ବିଷ୍ଣୁଙ୍କ ଆର୍ଶୀବାଦ ରହିଥିବାର କୁହାଯାଏ। ପୁରାଣ ଅନୁସାରେ, ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ଲକ୍ଷ୍ମୀଙ୍କ ସହିତ କଇଁଚ୍ଛ ମଧ୍ୟ ବାହାରିଥିଲା। ସେହି ଦିନଠାରୁ କଇଁଚ୍ଛକୁ ଶୁଭ ବୋଲି କୁହାଯାଉଛି। କଇଁଚ୍ଛ ଲକ୍ଷ୍ମୀଙ୍କର ମଧ୍ୟ ପ୍ରିୟ ବୋଲି କୁହାଯାଏ। ବାସ୍ତ୍ରୁଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ‘କଇଁଚ୍ଛ ମୁଦି’ ଧାରଣ କରିଥିବା ବ୍ୟକ୍ତିଙ୍କ ଜୀବନରେ କେବେ ବି ଧନ କମି ଯାଇ ନଥାଏ।ring3କିନ୍ତୁ ଧ୍ୟାନ ରଖନ୍ତୁ, ଏହି ମୁଦିକୁ କେବଳ ଶୁକ୍ରବାର ପିନ୍ଧନ୍ତୁ। କାରଣ ବାସ୍ତୁଶାସ୍ତ୍ର ଅନୁସାରେ, ଶୁକ୍ରବାର ବ୍ୟତୀତ ଅନ୍ୟ ଦିନରେ ଏହି ମୁଦିକୁ ଧାରଣ କଲେ, ସେପରି ବିଶେଷ ଲାଭ ହୋଇ ନଥାଏ।

ବଜାରରୁ ‘କଇଁଚ୍ଛ ମୁଦି’ କିଣିବା ପରେ ଏହାକୁ କିଛି ସମୟ ଲକ୍ଷ୍ମୀଙ୍କ ଫୋଟୋ କିମ୍ୱା ମୂର୍ତ୍ତି ଆଗରେ ରଖି ଦିଅନ୍ତୁ। ଏହା ପରେ ଏହି ମୁଦିକୁ କ୍ଷୀର ଏବଂ ପାଣିରେ ମିଶାଇ ଧୋଇ ଦିଅନ୍ତୁ ଏବଂ ଧୋଇ ସାରିବା ପରେ ଏହାକୁ ପୂଜା କରନ୍ତୁ। ଏହା ପରେ ଏହି ମୁଦିକୁ ଆଙ୍ଗୁଠିରେ ପିନ୍ଧନ୍ତୁ।

ହଁ, ମନେ ରଖନ୍ତୁ, ଏହି ମୁଦିକୁ କେବଳ ତର୍ଜନୀ ଆଙ୍ଗୁଠିରେ ହିଁ ଧାରଣ କରିବେ।



from Odisha Reporter https://ift.tt/2P0Gqlq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages