ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଭେଟିଲେ କଟକର ଆଇନଜୀବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଭେଟିଲେ କଟକର ଆଇନଜୀବୀ

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଏକ ୬ ଜଣିଆ ପ୍ରତିନିଧି ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ  ଜଷ୍ଟିସ୍ ମିଶ୍ର ପରାମର୍ଶ ଦେଇଥିଲେ। ଆଇନ୍‌ର ପରିଧି ଭିତରେ ଯାହା ରହିଛି ତାହା କରାଯିବ ବୋଲି ସେ କହିଛନ୍ତି ।

ତେବେ ଏନେଇ ହାଇକୋର୍ଟ ବାର୍ ଆସୋସିଏସନ୍‌ର ଏକ ଜରୁରୀକାଳୀନ ବୈଠକ ଡାକି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ୍‌ ସଂପାଦକ କହିଛନ୍ତି ।

କଟକ ଜୁଡ଼ିସିଆଲ ଏକାଡେମୀକୁ ଆସିଥିବା ବେଳେ ପ୍ରଧାନ ବିଚାରପତିଙ୍କୁ ଭେଟିଥିଲେ ଓକିଲ ପ୍ରତିନିଧି । ଆସନ୍ତା ୨ ତାରିଖରେ ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛି।



from Odisha Reporter https://ift.tt/2RdLF2F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages