କିଏ ରଖିଲା ‘ଜୈନ’ଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

କିଏ ରଖିଲା ‘ଜୈନ’ଙ୍କ ନାଁ

shahid

ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ପତ୍ନୀ ମୀରା କପୁର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସୋଶାଲ୍‌ ମିଡିଆରେ ଏନେଇ ବଲିଉଡ ଷ୍ଟାରମାନଙ୍କ ପକ୍ଷରୁ ଉଭୟ ସାହିଦ ଓ ମୀରାଙ୍କ ପାଇଁ ଶୁଭକାମନାର ସୁଅ ଛୁଟିଥିଲା। ସାହିଦଙ୍କ ପରିବାର ମଧ୍ୟ ଏନେଇ ବେଶ୍‌ ଖୁସି ଥିଲେ। ସୋଶାଲ୍ ମିଡିଆ ଫ୍ୟାନମାନଙ୍କ ମଧ୍ୟରେ ଶିଶୁପୁତ୍ରର ନାଁକୁ ନେଇ ଆସିଥିଲା ବିଭିନ୍ନ ପ୍ରସ୍ତାବ। କିଏ କେତେ ପ୍ରକାର ନାଁ ଦେଇଥଲେ।

ମିଳିଥିବା ଲାଟେଷ୍ଟ ଖବର ଅନୁସାରେ ସାହିଦ ଓ ମୀରା ତାଙ୍କ ପୁଅର ନାମ ‘ଜୈନ’ ରଖିଛନ୍ତି। ତେବେ ଏହି ନାଁ କିଏ ରହିଛି, ସାହିଦ୍ ନା ମୀରା ତାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ଏକ ସାକ୍ଷାତକାରରେ ସାହିଦ କହିଛନ୍ତି, “ପୂର୍ବରୁ ନାଁ ସ୍ଥିର କରି ରଖିଥିଲୁ। ଝିଅ ହେଲେ ‘ମୀଶା’ ଓ ପୁଅ ହେଲେ ‘ଜୈନ’। ପ୍ରଥମେ ମୀଶା ଜନ୍ମ ହୋଇଥିଲା। ଏବେ ପୁଅ ହୋଇଥିବାରୁ ତା’ ନାଁ ଜୈନ ରଖିଛୁ।”

ସାହିଦଙ୍କ ଆଗାମୀ ଫିଲ୍ମ “ବତୀ ଗୁଲ ମିଟର ଚାଲୁ” ସେପ୍ଟେମ୍ବର ୨୧ ତାରିଖରେ ରିଲିଜ୍ ହେବ। ଏହି ଫିଲ୍ମରେ ସାହିଦଙ୍କ ଅପଜିଟରେ  ଶ୍ରଦ୍ଧା କପୁର ଓ ୟାମୀ ଗୌତମଙ୍କୁ ଦେଖିବାକୁ ମିଳିବ। ଏବେ ସାହିଦ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ମୀରା ପୁଅ, ଝିଅଙ୍କ ଯତ୍ନ ନେଉଛନ୍ତି।

 



from Odisha Reporter https://ift.tt/2NPzjiu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages