ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ଅଜୟ ମାକନଙ୍କ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ଅଜୟ ମାକନଙ୍କ ଇସ୍ତଫା

ajay-maken,,,

ନୂଆଦିଲ୍ଲୀ: ଅଜୟ ମାକନ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଦିଲ୍ଲୀର ପ୍ରଭାରୀ ପିସି ଚାକୌଙ୍କ ପାଖକୁ ପଠାଇ ଦେଇଛନ୍ତି। ଗତ ୧୩ ତାରିଖରୁ ସେ ତାଙ୍କ ଇସ୍ତଫା ପତ୍ର ଉଭୟଙ୍କ ପାଖକୁ ପଠାଇ ଦେଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା ଓ ବିଦେଶକୁ ଚିକିତ୍ସା ପାଇଁ ଯିବା କଥା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ଅଜୟଙ୍କ ଇସ୍ତଫା ଖବରକୁ କଂଗ୍ରେସ୍‌ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି, “ସେ (ଅଜୟ ମାକନ୍‌) ଇସ୍ତଫା ଦେଇନାହାନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ବିଦେଶକୁ ଚିକିତ୍ସା ପାଇଁ ଯାଇଛନ୍ତି। ଶୀଘ୍ର ସେ ଫେରିବେ।”

ଗୋଟିଏ ପଟେ ଦଳ ତାଙ୍କ ଇସ୍ତଫା ଖବରକୁ ଅସ୍ୱୀକାର କରୁଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ସ୍ଥାନରେ ଜଣେ ଯୁବକଙ୍କୁ ଦାୟିତ୍ୱ ଦେବାକୁ ବିଚାର କରୁଥିବା ଜଣାପଡ଼ୁଛି। ଏପରି ସ୍ଥିତିରେ କଂଗ୍ରେସ ଅଜୟଙ୍କ ଇସ୍ତଫାକୁ ନେଇ ଦେଉଥିବା ମନ୍ତବ୍ୟ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।

ସୂଚନାଯୋଗ୍ୟ, ମହାନଗର ନିଗମ ନିର୍ବାଚନରେ କଂଗ୍ରେସର ପରାଜୟ ହୋଇଥିଲା। ସେତେବେଳେ ଅଜୟ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ହେଲେ ତାଙ୍କ ଇସ୍ତଫା ପତ୍ର  ଗ୍ରହଣ କରାଯାଇନଥିଲା।

୨୦୧୫ ମସିହାରେ ଦଳ ଅରାବିନ୍ଦର ସିଂହ ଲଭଲୀ ସ୍ଥାନରେ ଅଜୟଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତି  ଦିଅଯାଇଥିଲା।

 

 

 



from Odisha Reporter https://ift.tt/2xkdnmi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages