ଏମି ଆୱାର୍ଡସ୍‌ ଉତ୍ସବରେ ଘଟିଲା ଏମିତି ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ଏମି ଆୱାର୍ଡସ୍‌ ଉତ୍ସବରେ ଘଟିଲା ଏମିତି ଘଟଣା

glein

ନ୍ୟୁୟର୍କ: ୭୦ତମ ଏମି ଆୱାର୍ଡସ୍ ଉତ୍ସବରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

ଏଥିରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଟ୍ରଫି ନେବା ପାଇଁ ମଞ୍ଚକୁ ଆସିଥିବା ନିର୍ମାତା-ନିର୍ଦ୍ଦେଶକ ଗ୍ଲେନ୍ ୱେସ୍ ତାଙ୍କ ଗର୍ଲଫ୍ରେଣ୍ଡ୍ ଜ୍ୟାନ୍ ସ୍ୱେଣ୍ଡସନଙ୍କୁ ସେହିଠାରେ ହିଁ ପ୍ରପୋଜ୍ କରିଥିଲେ।

ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକ ଅବାକ ହୋଇଯାଇଥିଲେ। ଗ୍ଲେନ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ତାଙ୍କ ପାଇଁ ସବୁଠୁ ବଡ଼ ସର୍‌ପ୍ରାଇଜ୍ ଥିଲା।

ଆୱାର୍ଡ ପାଇବା ପରେ ଗ୍ଲେନ୍ ଯେତେବେଳେ ତାଙ୍କର ଅଭିଭାଷଣ ରଖିଥିଲେ, ସେତେବେଳେ ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ମଞ୍ଚ ଉପରକୁ ଡାକିଥିଲେ। ଗ୍ଲେନ୍ ତାଙ୍କ ଭାଷଣରେ ତାଙ୍କ ମା’ଙ୍କ ବିଷୟରେ କହିଥିଲେ, ଯାହାଙ୍କର ଦୁଇ ସପ୍ତାହ ପୂର୍ବରୁ ପରଲୋକ ହୋଇଯାଇ ଥିଲା। ଆଉ ଏଇ ଭାଷଣ ଭିତରେ ସେ ଗର୍ଲଫ୍ରେଣ୍ଡ ଜ୍ୟାନ୍ ଙ୍କୁ ପ୍ରପୋଜ୍ କରିଥିଲେ। ଏହି ଭିଡିଓ ଏବେ ଭାଇରାଲ୍ ହେଉଛି।

jainଗ୍ଲେନ୍ କହିଥିଲେ,‘‘ ଜ୍ୟାନ୍ ତୁମେ ମୋ ପ୍ରେମ। ଆଉ ମୋ ମା’ ପୂରା ଠିକ୍‌ କହୁଥିଲେ, ନିଜ ଜୀବନର ଆଲୋକକୁ କେବେବି ହାତରୁ ଖସି ଯିବାକୁ ଦେବ ନାହିଁ। ତୁମେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବ ଯେ ମୁଁ କାହିଁକି ତୁମକୁ ଗର୍ଲଫ୍ରେଣ୍ଡ୍‌ ସମ୍ବୋଧନ କରିବାକୁ ଭଲ ପାଏ ନାହିଁ। କାରଣ ମୁଁ ତୁମକୁ ପତ୍ନୀ ଡାକିବାକୁ ଚାହୁଁଛି। ମୁଁ ତୁମକୁ ମୋ ପତ୍ନୀ କରିବାକୁ ଚାହୁଁଛି। ମୁଁ ତୁମକୁ ଏଠି ସମସ୍ତଙ୍କ ସାମ୍ନାରେ ରିଙ୍ଗ୍‌ ପିନ୍ଧେଇବାକୁ ଚାହୁଁଛି। ମୋ ମା’ ଓ ତୁମ ବାପାମା’ ଯେଉଁମାନେ ଆମକୁ ଉପରେ ଥାଇ ଦେଖୁଛନ୍ତି, ସେମାନେ ବି ଖୁସି ହେବେ। ତୁମେ ମୋତେ ବିବାହ କରିବ?”

ଏତିକି କହିବା ପରେ ଗ୍ଲେନ୍‌ ଆଣ୍ଠେଇ ଯାଇ ଜ୍ୟାନ୍ ଙ୍କୁ ପ୍ରପୋଜ୍‌ କରିଥିଲେ। ଏସବୁ ଦେଖି ଜ୍ୟାନ୍ ଖୁବ୍‌ ଭାବବିହ୍ୱଳ ହୋଇଯାଇଥିଲେ। ଗ୍ଲେନ୍‌ଙ୍କୁ ବିବାହ କରିବାକୁ ସେ ସଙ୍ଗେ ସଙ୍ଗେ ହଁ କରି ଦେଇଥିଲେ।

ଉପସ୍ଥିତ ସମସ୍ତ ଦର୍ଶକ ଓ ଅତିଥି ଛିଡ଼ା ହୋଇ କରତାଳି ଦେଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।



from Odisha Reporter https://ift.tt/2O2m2Da

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages