ସୁରକ୍ଷାକର୍ମୀଙ୍କୁ ଘାରିଲା ଆତଙ୍କବାଦୀଙ୍କ ଭୟ: ୬ ଏସ୍‌ପିଓଙ୍କ ସାମୂହିକ ଇସ୍ତଫା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ସୁରକ୍ଷାକର୍ମୀଙ୍କୁ ଘାରିଲା ଆତଙ୍କବାଦୀଙ୍କ ଭୟ: ୬ ଏସ୍‌ପିଓଙ୍କ ସାମୂହିକ ଇସ୍ତଫା!

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସ୍‌ରେ କାର୍ଯ୍ୟ କରୁଥିବା ସୁରକ୍ଷାକର୍ମୀଙ୍କୁ ଏବେ ଆତଙ୍କବାଦୀଙ୍କ ଭୟ ଘାରିଛି। ଆତଙ୍କବାଦୀମାନେ ଆଜି ୩ ଜଣ ପୁଲିସ୍‌ କର୍ମଚାରୀଙ୍କୁ ହତ୍ୟା କରିବା ପରେ ଏବେ ଉପତ୍ୟକାରେ ଇସ୍ତଫାର ସୁଅ ଛୁଟିଛି।

ଆତଙ୍କବାଦୀମାନେ ପୁଲିସ୍‌ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ଧମକ ଦେଇଥିବାରୁ ଆଜି ଜମ୍ମୁ-କଶ୍ମୀର ପୁଲିସ୍‌ରେ କାର୍ଯ୍ୟରତ ୬ ଏସ୍‌ପିଓ ଭିଡିଓ ବାର୍ତ୍ତା ଜରିଆରେ ଇସ୍ତଫା ଦେଇଥିବା କଥା କହିଛନ୍ତି। ତେବେ ଏମାନଙ୍କ ଇସ୍ତଫା ପତ୍ର ଗ୍ରହଣ ହୋଇଛି କି ନାହିଁ, ତାହା ଜଣାପଡ଼ିନି।

ଆତଙ୍କବାଦୀମାନେ ଜଣେ କନଷ୍ଟେବଲ୍‌ ଓ ୨ ଜଣ ଏସ୍‌ପିଓଙ୍କୁ ଅପହରଣ କରିବା ପରେ ଗୁଳି କରି ହତ୍ୟା କରିଥିଲେ। ପୂର୍ବରୁ ଆତଙ୍କବାଦୀମାନେ ଏହି ପୁଲିସ୍‌ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ କହିଥିବା ବେଳେ ସେମାନେ ଏହାକୁ ଖାତିର କରି ନଥିଲେ। ସେଥିପାଇଁ ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଏହି ଘଟଣା ପରେ ଏବେ ଭିଡିଓ ବାର୍ତ୍ତା ଜରିଆରେ ଅନ୍ୟ କର୍ମଚାରୀମାନେ ଇସ୍ତଫା ଦେବା ଆରମ୍ଭ କରିଛନ୍ତି।

ଜଣେ ସ୍ପେଶାଲ୍‌ ପୁଲିସ୍‌ ଅଫିସର ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି, “ ମୋ ନାଁ ନୱାଜ ଅହମ୍ମଦ ଲୋନ୍‌। ମୁଁ କୁଲଗାମରେ ରୁହେ। ମୁଁ ଜଣେ ଏସ୍‌ପିଓ ଭାବେ କାର୍ଯ୍ୟ କରୁଥିଲି। କିନ୍ତୁ ଏବେଠାରୁ ବିନା କୌଣସି ଚାପରେ ମୁଁ କାର୍ଯ୍ୟରୁ ଅବ୍ୟାହତି ନେଇଛି।”

ଆଉ ଜଣେ କହିଛନ୍ତି, “ମୋ ନାଁ ଶବିର ଅହମ୍ମଦ ଠୋକାର। ଗତ ୮ ବର୍ଷ ହେଲା ମୁଁ ଏସ୍‌ପିଓ ଭାବେ କାର୍ଯ୍ୟ କରୁଥିଲି। କିନ୍ତୁ ମୁଁ ଏହି ଭିଡିଓ ଜରିଆରେ କହିବାକୁ ଚାହୁଁଛି ଯେ ଆଜିଠାରୁ ପୁଲିସ୍‌ ବିଭାଗ ସହ ମୋର କୌଣସି ସମ୍ପର୍କ ନାହିଁ।”

ଆଉ ଜଣେ କହିଛନ୍ତି, ମୁଁ ୬ ବର୍ଷ ହେଲା ଏସ୍‌ପିଓ ଭାବେ କାର୍ଯ୍ୟ କରୁଥିଲି। କିନ୍ତୁ ୧୭ ତାରିଖରୁ ଇସ୍ତଫା ଦେଇ ସାରିଛି। ଆଉ ୩ ଜଣ ଏସ୍‌ପିଓ ମଧ୍ୟ ସମାନ ଢଙ୍ଗରେ ଭିଡିଓ ବାର୍ତ୍ତା ଜରିଆରେ ଜମ୍ମୁ-କଶ୍ମୀର ପୁଲିସ୍‌କୁ ବାଏବାଏ କରିଥିବା ସ୍ପଷ୍ଟ କରିଛନ୍ତି।

ମଙ୍ଗଳବାର ଦିନ ହିଜବୁଲ୍‌ ମୁଜାହିଦ୍ଦିନ୍‌ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା। ଯେଉଁଥିରେ ସେମାନେ ପୁଲିସ୍‌ କର୍ମଚାରୀ ବିଶେଷ କରି ଏସ୍‌ପିଓମାନଙ୍କୁ ଚାକିରି ଛାଡ଼ିବାକୁ କହିଥିଲେ। ଯଦି କେହି ଚାକିରି ନଛାଡ଼ିବେ, ତା’ହେଲେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଥିଲେ। ଇଣ୍ଟର୍‌ନେଟ୍‌ରେ ୪ ଦିନ ମଧ୍ୟରେ ନିଜର ଇସ୍ତଫା ଦେବାକୁ ହିଜବୁଲ ପକ୍ଷରୁ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ- ତିନି ପୁଲିସ୍ କର୍ମଚାରୀଙ୍କୁ ଅପହରଣ କରି ମାରି ଦେଲେ

 



from Odisha Reporter https://ift.tt/2OEDIlu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages