
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ପ୍ରଦେଶ କଂଗ୍ରେସରେ ଅସନ୍ତୁଷ୍ଟ ନେତାଙ୍କ ଥଇଥାନ ପର୍ବ ଚାଲିଛି। ଗତ ଦୁଇଦିନ ତଳେ ୪ଜଣ ନେତାଙ୍କୁ ପ୍ରଦେଶ ନିର୍ବାଚନ କମିଟିରେ ସ୍ଥାନ ମିଳିଥିବା ଆଜି ପୁଣି ୪ଜଣ ନେତାଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରାଯାଇଛି।
ପ୍ରଦେଶ ମହିଳା କଂଗ୍ରେସ ଅଧ୍ୟକ୍ଷା ଥିବା ସସ୍ମିତା ବେହେରାଙ୍କୁ ହଟାଇ ତାଙ୍କ ସ୍ଥାନରେ ସୁମିତ୍ରା ଜେନାଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ପିସିସି ସାଧାରଣ ସମ୍ପାଦକ, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇଙ୍କୁ ପିସିସି ଅନୁସୂଚିତ ଜାତି ସେଲ୍ ଅଧ୍ୟକ୍ଷ ଓ ଜଗନ୍ନାଥ ପଟ୍ଟନାୟକଙ୍କୁ ପିସିସି କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅନୁମୋଦନରେ ଏହି ନିଯୁକ୍ତି ଦିଆଯାଇଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହଲଟଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି।
ସୁମିତ୍ରା ଜେନା କହିଛନ୍ତି-“ଘଡିସନ୍ଧି ମୁହୂର୍ତ୍ତରେ ମୁଁ ମହିଳା କଂଗ୍ରେସର ଦାୟିତ୍ୱ ନେଇଛି। ପିସିସି ଅଧ୍ୟକ୍ଷଙ୍କ ନାରାକୁ କାର୍ଯ୍ୟକାରୀ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି। ଏଥିପାଇଁ ମୁଁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି, ଏଆଇସିସି ମହିଳା ଅଧ୍ୟକ୍ଷା ସୁସ୍ମିତା ଦେବ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି।”
ସେ କହିଛନ୍ତି-‘‘ରାଜ୍ୟରେ ମହିଳାମାନେ ନିର୍ଯାତିତ ହେଉଛନ୍ତି। ସେମାନଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରିବି। ଆଗକୁ ନିର୍ବାଚନ ଥିବାରୁ ଚ୍ୟାଲେଞ୍ଜ ବହୁତ ରହିଛି। ସମସ୍ତଙ୍କ ସହଯୋଗ ନେଇ ଏହି ଚ୍ୟାଲେଞ୍ଜର ମୁକାବିଲା କରିବି।”
from Odisha Reporter https://ift.tt/2zF0MvA
No comments:
Post a Comment