ଏସିଆ କପ୍‌ ବିଜୟ ପରେ ନୂଆ ଉଚ୍ଚତା ଛୁଇଁଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଏସିଆ କପ୍‌ ବିଜୟ ପରେ ନୂଆ ଉଚ୍ଚତା ଛୁଇଁଲା ଭାରତ

ଦୁବାଇ: ଏସିଆ କପ୍‌ ଫାଇନାଲ୍‌ରେ ବାଂଲାଦେଶକୁ ପରାସ୍ତ କରି ଟିମ୍‌ ଇଣ୍ଡିଆ ଚାମ୍ପିୟନ୍‌ ହୋଇଛି। ତେବେ ଆପଣ ଜାଣିଛନ୍ତି କି ଏହି ବିଜୟ ସହ ଭାରତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ମାଇଲ୍‌ଷ୍ଟୋନ୍‌କୁ ଛୁଇଁଛି। ଭାରତ ବିଶ୍ୱର ତୃତୀୟ କ୍ରିକେଟ୍‌ ଟିମ୍‌ ଭାବେ ୭୦୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିବାର ଏକ ରେକର୍ଡ ସ୍ଥାପନ କରିଛି।

ଭାରତ ପୂର୍ବରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଏହି ମାଇଲ୍‌ଷ୍ଟୋନ୍‌ ହାସଲ କରିଥିଲେ।

ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ୧୮୩୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌(ଟେଷ୍ଟ୍‌, ଦିନିକିଆ ଓ ଟି-୨୦) ମ୍ୟାଚ୍‌ ଖେଳିଥିବା ବେଳେ ୯୯୫ଟିରେ ବିଜୟ ଓ ୫୮୩ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ୨୦୮ଟି ମ୍ୟାଚ୍‌ ଡ୍ର ହୋଇଥିବା ବେଳେ ୧୩ଟି ଟାଇ ହୋଇଛି। ତେବେ ୩୫ଟି ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି।

ଇଂଲଣ୍ଡ ୧୮୨୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ବେଳେ ସେଥିରୁ ୭୬୭ଟିରେ ଜିତିଛି ଓ ୬୭୫ଟିରେ ହାରିଛି। ୨୧୬ଟି ମ୍ୟାଚ୍‌ ଡ୍ର ରଖିବାରେ ଇଂଲଣ୍ଡ ସକ୍ଷମ ହୋଇଥିବାବେଳେ ୯ଟି ମ୍ୟାଚ୍‌ ଟାଇ ରହିଛି। ୨୮ଟି ମ୍ୟାଚ୍‌ର କୌଣସି ଫଳାଫଳ ବାହାରି ପାରିନାହିଁ।

ଟିମ୍‌ ଇଣ୍ଡିଆ ୧୫୭୯ଟି ମ୍ୟାଚ୍‌ ଖେଳିଥିବା ବେଳେ ୭୦୦ଟିରେ ଜିତିଛି ଓ ୬୧୧ଟିରେ ହାରିଛି। ୧୦ଟି ମ୍ୟାଚ୍‌ ଟାଇ ହୋଇଥିବା ବେଳେ ୨୧୬ଟି ମ୍ୟାଚ୍‌ ଡ୍ର ରହିଛି। ୪୨ଟି ମ୍ୟାଚ୍‌ର କୌଣସି ଫଳାଫଳ ବାହାରି ପାରିନାହିଁ।

ସେହିପରି ଟିମ୍‌ ଇଣ୍ଡିଆ ୧୯୮୪ରୁ ଆରମ୍ଭ ହୋଥିବା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟକୁ ୭ ଥର ଜିତିଛି। ଶ୍ରୀଲଙ୍କା ୫ ଥର ଏସିଆ କପ୍‌ ଜିତିଛି ଓ ପାକିସ୍ତାନ ୨ଥର ବିଜେତା ହୋଇଛି।

ତେବେ ୫ରୁ ଅଧିକ ଟିମ୍‌ ସାମିଲ ହୋଇଥିବା ଟୁର୍ଣ୍ଣାମେଣ୍ଟ୍‌ରେ ବିଜୟୀ ହେବା ରେକର୍ଡରେ ଭାରତ ଏବେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଛି। ଟିମ୍‌ ଇଣ୍ଡିଆ ଏଭଳି ଟୁର୍ଣ୍ଣାମେଣ୍ଟ ୮ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ୭ ଥର ଏପରି ଟ୍ରଫି କବଜା କରିଛନ୍ତି। ସେହିପରି ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ୫ଥର ଲେଖାଏ ଚାମ୍ପିୟନ୍‌ ହୋଇଛନ୍ତି।



from Odisha Reporter https://ift.tt/2OYEw4T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages