
ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସାତକୋଶିଆରେ ‘ସୁନ୍ଦରୀ’ କାଣ୍ଡ ସରିନି। ପୁଣି ଗୋଟିଏ ବାଘ ଜଙ୍ଗଲରୁ ବାହାରି ଆସିଛି। ଆଜି ଦିନ ଦି’ପହରରେ ବାଘଟି ପାଣି ପାଇପ୍ ଉପରେ କିଛି ସମୟ ବସି ପୁଣି ଫେରିଯାଇଛି ଜଙ୍ଗଲକୁ। ମାତ୍ର ଏଥିରେ କେହି ଆହତ ହୋଇନାହାନ୍ତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଦେଖିବାକୁ ମିଳିଛି ଏମିତି ଏକ ଚିତ୍ର।
ଟିଟିଲାଗଡ଼ କାଲକୁଟ ଜଙ୍ଗଲର ଡୁମେର ବାହାଲ ପ୍ରୋଜେକ୍ଟ ରାସ୍ତା ନିକଟରେ ଏକ କଲରାପତରିଆ ବାଘ ଆଜି ଦେଖିବାକୁ ମିଳିଥିଲା। ବାଘଟି ଗୋଳାବାରୁଦ କାରଖାନାକୁ ଯାଇଥିବା ପାଣି ପାଇପ୍ ଉପରେ ଦୀର୍ଘ ସମୟ ଧରି ବସିଥିଲା। ପରେ ସେ ଯେଉଁ ରାସ୍ତା ଦେଇ ଆସିଥିଲା, ସେହି ବାଟ ଦେଇ ଜଙ୍ଗଲକୁ ଫେରି ଯାଇଥିଲା।
ପାଣି ପାଇପ୍ ଉପରେ ବାଘଟି ବସିଥିବାରୁ ସେହି ରାସ୍ତା ଦେଇ କିଛି ସମୟ ପାଇଁ ଯିବାଆସିବା ବନ୍ଦ ହୋଇ ଯାଇଥିଲା। ବାଘଟି ଚାଲିଯିବା ପରେ ଚଳପ୍ରଚଳ ସ୍ୱାଭାବିକ ହୋଇଥିଲା।
from Odisha Reporter https://ift.tt/2On8HlT
No comments:
Post a Comment