ଅନଲାଇନରେ ମିଳିବ ବୋର୍ଡ ଓ ୟୁନିର୍ଭସିଟି ସାର୍ଟିଫିକେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଅନଲାଇନରେ ମିଳିବ ବୋର୍ଡ ଓ ୟୁନିର୍ଭସିଟି ସାର୍ଟିଫିକେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛାତ୍ରଛାତ୍ରୀମାନେ ଏଣିକି ନିଜର ମାଟ୍ରିକ ଓ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟକୁ ଅନଲାଇନରେ ପାଇପାରିବେ।ଆସନ୍ତା ୨-୩ମାସ ମଧ୍ୟରେ ଅନଲାଇନରେ ସାର୍ଟିଫିକେଟ୍ ପ୍ରଦାନକୁ ଶତପ୍ରତିଶତ ସ୍ୱୟଂଚାଳିତ କରାଯିବ।

କଟକସ୍ଥିତ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଏବଂ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ସାର୍ଟଫିକେଟ୍ ଓ ମାର୍କଶିଟ୍ ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କ ଦରଖାସ୍ତ ଗ୍ରହଣ, ପ୍ରକ୍ରିୟାକରଣ, ବୈଧିକରଣ, ଦେୟ ଆଦାୟ, ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ଆଦିକୁ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରୀକୃତ କରାଯିବ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ୬ଟି ଏବଂ ଉଚ୍ଚଶିକ୍ଷା ବିଭାଗର ୨ଟି ସେବାକୁ ଏବେ ଅନଲାଇନରେ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ହାଇସ୍କୁଲ ମାର୍କଶିଟ୍ ନକଲ, ବୋର୍ଡ ସାର୍ଟିଫିକେଟ୍ ନକଲ, ବୈଧକରଣ(ଭେରିଫିକେସନ) ସାର୍ଟିଫିକେଟ୍, ମାଇଗ୍ରେସନ୍ ସାର୍ଟିଫିକେଟ୍, ପ୍ରୋଭିଜିନାଲ ସାର୍ଟିଫିକେଟ୍ ଓ ମାର୍କଶିଟ୍ ସମେତ ବିଶ୍ୱବିଦ୍ୟାଳୟର ପ୍ରୋଭିଜିନାଲ ସାର୍ଟିଫିକେଟ୍ ଓ ମାଇଗ୍ରେସନ ସାର୍ଟିଫିକେଟ୍ ଏଣିକି ଅନଲାଇନରେ ମିଳିବ।

ଆଜି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।



from Odisha Reporter https://ift.tt/2Ng7Req

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages