ବୈଜୟନ୍ତଙ୍କ ଅଭିଯୋଗ: ହେଲିକପ୍ଟର ଉଡ଼ାଇବା ମାମଲାକୁ ପୁଲିସ ଜଟିଳ କରୁଛି, ଜାତୀୟ ଗଣମାଧ୍ୟମରେ ଜୋରଦାର ପ୍ରତିକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ବୈଜୟନ୍ତଙ୍କ ଅଭିଯୋଗ: ହେଲିକପ୍ଟର ଉଡ଼ାଇବା ମାମଲାକୁ ପୁଲିସ ଜଟିଳ କରୁଛି, ଜାତୀୟ ଗଣମାଧ୍ୟମରେ ଜୋରଦାର ପ୍ରତିକ୍ରିୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗରେ ମାମଲାକୁ ଜାଣିଶୁଣି ଜଟିଳ କରୁଛି ପୁରୀ ପୁଲିସ୍। କେଉଁ ଦିନ ପୁଲିସ ନିକଟରେ ପକ୍ଷ ରଖିବେ ସେ ନେଇ  ବିଭ୍ରାନ୍ତି ସୃଷ୍ଟି କରାଯାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅଭିଯୋଗ କରିଛନ୍ତି। 
 
ପୁଲିସ ନିକଟରେ ୨୧ ତାରିଖରେ ହାଜର ହେବା ପାଇଁ ଗତ ୧୯ ତାରିଖ ବିଳମ୍ବିତ ରାତିରେ ତାଙ୍କୁ ଚିଠି କରିଥିଲେ ଅରଖକୁଦା ମେରାଇନ୍ ଥାନା ଆଇଆଇସି। ହେଲେ ଆସନ୍ତା ୨୪ ତାରିଖରେ ତାଙ୍କୁ ପକ୍ଷ ରଖିବାକୁ ନୋଟିସ୍ ହୋଇଥିବା ଗଣମାଧ୍ୟମକୁ କହିଥିଲେ ପୁରୀ ଏସ୍‌ପି। ତେଣୁ ପୁରୀ ପୁଲିସ ଜାଣିଶୁଣି ତାଙ୍କୁ ବାଟବଣା କରିବାକୁ ଉଦ୍ୟମ କରୁଥିବା ଟ୍ୱିଟ୍ କରିଛନ୍ତି ବୈଜୟନ୍ତ।
 
ଡିଜିସିଏ ଘଟଣାର ତଦନ୍ତ ସାରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କିମ୍ବା ସବୁ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ତାଙ୍କୁ ଚାରି ସପ୍ତାହ ସମୟ ଦେବାକୁ ବୈଜୟନ୍ତ ପୁଲିସ୍‌କୁ ଅନୁରୋଧ କରିଛନ୍ତି। 
ରାଜନୀତିକ ଆକ୍ରୋଶ ଯୋଗୁ ପ୍ରତିଶୋଧପରାୟଣ ହୋଇ ମାମଲାରେ ତାଙ୍କୁ ଅଯଥାରେ ଛନ୍ଦିବା ପାଇଁ ଏଭଳି ଉଦ୍ୟମ ହେଉଥିବା ସେ ଲେଖିଛନ୍ତି।
 
ଅଭିଜିତଙ୍କ ଗିରଫଦାରୀକୁ ବିରୋଧ
 
ଓଡ଼ିଶା ଓ କୋଣାର୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗରେ ଅଭିଜିତ ଆୟାର ମିତ୍ରଙ୍କ ଗିରଫଦାରୀକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛ। ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି।
 
“ଏହା ଓଡ଼ିଶା ଓ ନବୀନ ସରକାର ପାଇଁ ଲଜ୍ଜାକର” ବୋଲି ଟ୍ୱିଟରରେ ଲେଖିଛନ୍ତି ରିପବ୍ଲିକ୍ ଟିଭିର ଏଡିଟୋରିଆଲ୍‌ ଆଡଭାଇଜର ଚିତ୍ରା ସୁବ୍ରମଣିୟମ୍।
 
“ଅଭିଜିତଙ୍କୁ ଅଟକ ରଖିବା ଏକ ସ୍କାଣ୍ଡାଲ୍‌” ବୋଲି ଲେଖିଛନ୍ତି ବରିଷ୍ଠ ସ୍ତମ୍ଭକାର ବୀର୍ ସିଙ୍ଘଭି।
 
“ଅଭିଜିତଙ୍କ ଗିରଫଦାରୀ ଖରାପ ନିଷ୍ପତ୍ତି” ବୋଲି ଟ୍ୱିଟ୍ କରିଛନ୍ତି ବରିଷ୍ଠ ସାମ୍ବାଦିକ ବିକ୍ରମ୍ ଚନ୍ଦ୍ରା।
 
ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଲେଖିଛନ୍ତି-“ପୁଲିସ ଷ୍ଟେଟ୍‌ରେ ସଦ୍ୟତମ ନିର୍ଯାତିତ ହେଉଛନ୍ତି ଅଭିଜିତ୍।”
 
ସ୍ୱରାଜ୍ୟର କନ୍‌ସଲଟିଂ ଏଡିଟର ଆନନ୍ଦ ରଙ୍ଗନାଥନ୍ “ଗିରଫକୁ ବାଚଳାମି” ବୋଲି କହିଛନ୍ତି।
 
ଆଉଟ୍‌ଲୁକ୍ ଏଡିଟର ରୁବେନ୍ ବାନାର୍ଜୀ କହିଛନ୍ତି-“ଅଭିଜିତ ଆୟରଙ୍କ ଗିରଫଦାରୀ ଧାର୍ମିକ ମାମଲା ନୁହେଁ। ଏହା ଏକ ରାଜନୀତିକ ମାମଲା। ବୈଜୟନ୍ତଙ୍କୁ ଅକଳରେ ପକାଇବାକୁ ଏହା ଏକ ରଣନୀତି। ସୋଶାଲ୍‌ ମିଡିଆରେ ବହୁ ଲୋକ ବହୁ କଥା ଲେଖୁଛନ୍ତି। ଏ ଘଟଣାରେ ଓଡ଼ିଶା ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲା। ଅନ୍ୟ ସବୁ ମାମଲାରେ ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ଭଲ ହୋଇଥାନ୍ତା। ତେବେ କେବଳ ଏହି ଘଟଣାରେ କୁଇକ୍‌ ଆକ୍‌ସନ୍‌ କାହିଁକି? ନବୀନ ବାବୁଙ୍କର ଏହି ମାମଲାରେ ବ୍ୟକ୍ତିଗତ ରୁଚି ରହିଛି।”
 
ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା
 
ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ନେଇ ଅରଖକୁଦା ମେରାଇନ୍ ଥାନାରେ ମୁଖ୍ୟମନ୍ତ୍ରୀ ଓ ବିଜେଡିର ଅନ୍ୟ ୪ ନେତାଙ୍କ ନାଁରେ ମଧ୍ୟ ଏତଲା ହୋଇଛି। ସଚେତନ ନାଗରିକ ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏହି ଏତଲା ଦେଇଛନ୍ତି। ତେବେ ଏ କ୍ଷେତ୍ରରେ ପୁଲିସର ଆଭିମୁଖ୍ୟ କ’ଣ ହେଉଛି, ତାକୁ ଅପେକ୍ଷା କରାଯାଉଛି ।
 
କିଏ କଣ କହିଲେ
 
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି-“ହେଲିକପ୍ଟର ବେଆଇନ୍‌ ଫ୍ଲାଇଂ କରି ନ ଥିବା ସ୍ପଷ୍ଟ ହୋଇଯାଇଛି। ମୋତେ ହଇରାଣ କରିବା ପାଇଁ ଏମିତି କରାଯାଉଛି। କାରଣ ମୁଁ ବିଭିନ୍ନ ଜାଗାରେ ବୁଲି ଲୋକଙ୍କ ସହିତ ମିଶୁଛି ଓ ଲୋକଙ୍କ ସହିତ କଥା ହେଉଛି।”
 
ସଭାପତି ‘ଉତ୍କଳ ଭାରତ’ ଦଳର ଅଧ୍ୟକ୍ଷ ଖାରବେଳ ସ୍ୱାଇଁ କହିଛନ୍ତି-“ମୁଁ ନବୀନ ବାବୁଙ୍କୁ ଅନୁରୋଧ କରୁଛି ସେ ଏତେ ପ୍ରତିହିଂସା ପରାୟଣ ହେବା ଉଚିତ ନୁହେଁ। ଗଣତନ୍ତ୍ରରେ ଏମିତି ହୁଏ। ଆଜି ଜିଏ ବନ୍ଧୁ ଅଛି, କାଲି ସିଏ ପ୍ରତିଦ୍ୱନ୍ଦ୍ୱୀ ହୋଇପାରେ। ତାହାର ଅର୍ଥ ନୁହେଁ ଆପଣଙ୍କ ହାତରେ କ୍ଷମତା ଅଛି ବୋଲି ଯେତେବେଳେ ଯାହାକୁ ଚାହିଁବେ ହଇରାଣ କରିବେ, ଏଇଟା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।”
 
ତା’ର ପ୍ରତିକ୍ରିୟାରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ଓଡ଼ିଶାର ନୈତିକତାର ରାଜନୀତି କରିବାର କଣ ଠିକା ନେଇଛନ୍ତି? ସିଏ ତାଙ୍କ ଦଳ କଥା କୁହନ୍ତୁ। କିଏ କଣ କଲା ଓ ନକଲା, ତା’ ପାଇଁ ମୁଖପାତ୍ର ସାଜିବା ପଛର ରହସ୍ୟ କଣ? ଏହା କଣ ଓଡ଼ିଶା ଲୋକ ବୁଝିପାରୁ ନାହାନ୍ତି ?”


from Odisha Reporter https://ift.tt/2OIguem

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages