‘ବିଜୁ ଯୁବ ବାହିନୀ’କୁ ସିଏଜିଙ୍କ ରେଡ୍‌ ସିଗ୍ନାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

‘ବିଜୁ ଯୁବ ବାହିନୀ’କୁ ସିଏଜିଙ୍କ ରେଡ୍‌ ସିଗ୍ନାଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଗଠନ କରିଛନ୍ତି ବିଜୁ ଯୁବ ବାହିନୀ। ମାତ୍ର ଏହାକୁ ରେଡ୍‌ ସିଗ୍ନାଲ୍‌ ଦେଖାଇଛନ୍ତି ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)। କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବଙ୍କୁ ଡେପୁଟି ଏଜି ଲେଖିଥିବା ଏକ ଚିଠିରୁ ଏହା ସ୍ପଷ୍ଟ ହୋଇଛି।

ଏଥିରେ ଦର୍ଶାଯାଇଛି, ଯଦି ବିଜୁ ଯୁବ ବାହିନୀ ଯୋଜନା ବାବଦରେ ହିସାବ ଦେବାକୁ ସମୟ ନାହିଁ, ତେବେ ଏ ଯୋଜନା କାର୍ଯ୍ୟକାରୀ ପାଇଁ ବି ଆପଣ ଧ୍ୟାନ ଦେଇପାରିବେନି। ସୁତରାଂ ଯୋଜନା ବାବଦ ଅର୍ଥ ସଂପୂର୍ଣ୍ଣ ଅଡିଟ୍ ନସରିଲା ଯାଏ ଖର୍ଚ୍ଚ କରନାହିଁ।

ପୂର୍ବରୁ ବିଜୁ ଯୁବ ବାହିନୀ ଯୋଜନାର ଉଦ୍ଦେଶ୍ୟ, ପାଣ୍ଠିର ଉତ୍ସ, ଏହା କିଭଳି କାର୍ଯ୍ୟକାରୀ ହେବ, ସେ ସମ୍ପର୍କରେ ରାଜ୍ୟ କ୍ରୀଡ଼ା ବିଭାଗକୁ ତଥ୍ୟ ମାଗିଥିଲେ ଏଜି। ତେବେ ହକି ବିଶ୍ୱକପ୍ ପ୍ରସ୍ତୁତିରେ ବ୍ୟସ୍ତତା ଯୋଗୁ ଅଡିଟ୍ କାମରେ ସହଯୋଗ କରିହେବ ନାହିଁ ବୋଲି ବିଭାଗ ସିଧା ଜଣାଇଦେଇଥିଲା। ଏହାକୁ ନେଇ ଏଜି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସେପଟେ ବିଜୁ ଯୁବ ବାହିନୀର ବୈଧତାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେପି। ଏବେ ସିଏଜିଙ୍କ ପ୍ରତିକୂଳ ମନ୍ତବ୍ୟ ସଂପର୍କରେ କୋର୍ଟଙ୍କୁ ଅବଗତ କରାଯିବ ବୋଲି ବିଜେପି ମୁଖପାତ୍ର ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି।

ଗତକାଲି ସିଏଜି ୧୩ଟି ପ୍ରମୁଖ ବିଭାଗରେ ହୋଇଥିବା ବିଭିନ୍ନ ଅନିୟମିତତାକୁ ନିଜ ରିପୋର୍ଟରେ ଦର୍ଶାଇଥିଲେ। ତେବେ ସେଥିରୁ ଅନ୍ୟତମ ଗୁରୁତର ପ୍ରସଙ୍ଗ ହେଉଛି ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ।

ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ୱଚ୍ଛ ଓ ନିରାପଦ ପିଇବା ପାଣି ଯୋଗାଇ ଦେବା ଲାଗି କେନ୍ଦ୍ର ଆରମ୍ଭ କରିଥିବା ଏହି ପ୍ରକଳ୍ପ ଅନ୍ତର୍ଗତ ୨୦୧୭ ସୁଦ୍ଧା ରାଜ୍ୟର ୩୫ ପ୍ରତିଶତ ଲୋକଙ୍କୁ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଥିଲା। ତେବେ ସରକାର ମାତ୍ର ୩.୭ ପ୍ରତିଶତ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାରେ ସମର୍ଥ ହୋଇଛନ୍ତି।

ଏହାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। ତେବେ ୪୫ ପ୍ରତିଶତ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ ଦାବି କରିବା ସହ ସିଏଜିଙ୍କ ତଥ୍ୟକୁ ଗ୍ରହଣ କରିନାହାନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ତଥ୍ୟ ଠିକ୍ ନୁହେଁ ବୋଲି ବିରୋଧୀଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି।



from Odisha Reporter https://ift.tt/2OILTx4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages