
ମୁମ୍ବାଇ: ବିଗ୍ବସ୍ର ଚର୍ଚ୍ଚିତ ଯୋଡି ଅନୁପ ଜଲୋଟା ଓ ତଥାକଥିତ ସ୍ୱଳ୍ପବୟସୀ ପ୍ରେମିକା ଯଶଲି ମଥାରୁଙ୍କ ପାଇଁ ଏବେ ଉଠୁଛି ପଡୁଛି ବଲିଉଡ୍। ଖାଲି ବଲିଉଡ୍ ନୁହେଁ ଖୋଦ୍ ଜଶଲିନଙ୍କ ଘରେ ମଧ୍ୟ ଏହି କଥାକୁ ନେଇ ଝଡ଼ ଉଠିଲାଣି। ପରିବାର ଲୋକଙ୍କୁ ଟାହି ଟାପରା ଶୁଣିବାକୁ ପଡୁଛି। ଏମିତିକି ତାଙ୍କ ବାପାମା’ ତାଙ୍କୁ ସଂସ୍କାର ଦେଇ ନାହାନ୍ତି ବୋଲି କଥା ଉଠିଲାଣି।
ନିକଟରେ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସୂଚନା ଦେଇ ଯଶଲିନଙ୍କ ପିତା କଶର ମଥାରୁ ନିଜର ମନକଥା କହିଛନ୍ତି।
ସେ କହିଛନ୍ତି – “ମୁଁ ଏବଂ ମୋ ପାରିବାର ଏ କଥାକୁ ଆଦୌ ଗ୍ରହଣ କରିପାରିନୁ। ଆମେ ଏ କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲୁ। ଏପରିକି ଯଶଲିନ୍ ଓ ଅନୁପ-ଜୀ ଭଲ ଗୁର-ଶିଷ୍ୟ ବୋଲି ଜାଣିଥିଲୁ। କିନ୍ତୁ ଏଭଳି ଖୁଲାସା ପରେ ଆମ ପରିବାର ଲଜ୍ଜିତ ହୋଇଛି। ଏପରିକି ମୋ ବନ୍ଧୁମାନେ ମଧ୍ୟ ଏ ନେଇ ମୋତେ କଟୁ ସମାଲୋଚନା କରିଛନ୍ତି। ଯଦି ଏ ସମ୍ପର୍କର ଭବିଷ୍ୟତ ବାବଦରେ ପଚରାଯାଏ ତା ହେଲେ ମୁଁ ଏହାକୁ ଆଦୌ ଠିକ୍ ବୋଲି କହିପାରିବି ନାହିଁ। ଯଦି ସୁଯୋଗ ମିଳେ ମୁଁ ଅନୁପଙ୍କୁ ନୁହେଁ ମୋ ଝିଅକୁ ପ୍ରଥମେ ଡାକି ଏ ସମ୍ପର୍କରେ ପଚାରିବି।”
from Odisha Reporter https://ift.tt/2pyFolI
No comments:
Post a Comment