ମାତିଛନ୍ତି ‘କନିଆଁ ଗ୍ୟାଙ୍ଗ’: ୩ ମାସରେ ୨୭ ଜଣଙ୍କୁ ଲୁଟ୍ କରି ଛୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ମାତିଛନ୍ତି ‘କନିଆଁ ଗ୍ୟାଙ୍ଗ’: ୩ ମାସରେ ୨୭ ଜଣଙ୍କୁ ଲୁଟ୍ କରି ଛୁ’

marriage

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ ମାତିଛି ‘କନିଆଁ ଗ୍ୟାଙ୍ଗ୍‌’। ଏହି ଗ୍ୟାଙ୍ଗର ସଦସ୍ୟମାନେ ଗତ ତିନି ମାସରେ ୨୭ ଜଣ ଯୁବକଙ୍କୁ ଲୁଟି ସାରିଲେଣି।

ଏହି ଗ୍ୟାଙ୍ଗ୍ ବିଶେଷ କରି କୌଣସି କାରଣରୁ ବାହା ହୋଇ ପାରି ନଥିବା ଯୁବକମାନଙ୍କୁ ଟାର୍ଗେଟ୍‌ କରୁଛି। ଏହି ଗ୍ୟାଙ୍ଗର ସଦସ୍ୟମାନେ ଏଭଳି ଯୁବକମାନଙ୍କୁ ବେଶ୍ କୌଶଳ କରି ଫସାନ୍ତି। ପରିବାର ଲୋକଙ୍କୁ ନଜଣାଇ ଗ୍ୟାଙ୍ଗର ଜଣେ ଯୁବତୀଙ୍କ ସହିତ ଯୁବକଙ୍କର ବାହାଘର କରାଇ ଦିଅନ୍ତି।

ତା’ପରେ ସେ ଯୁବତୀ ଜଣଙ୍କ ମାସେ ଦୁଇମାସ ବା ତିନି ଚାରି ମାସ ତାଙ୍କ ସହିତ ପୂରା ସ୍ତ୍ରୀ ଭଳି ରହନ୍ତି। କାହାକୁ କିଛି ସନ୍ଦେହ ହୁଏନି। ତା’ପରେ ମଉକା ଦେଖି ଟଙ୍କା ଓ ସୁନାଗହଣା ନେଇ ଫେରାର ହୋଇ ଯାଆନ୍ତି ଏହି ତଥାକଥିତ ବଧୂ। ଏମିତି ଫେରାର ହୁଅନ୍ତି ଯେ ସ୍ୱାମୀମାନେ ସେମାନଙ୍କ ପତ୍ତା ମଧ୍ୟ ପାଆନ୍ତି ନାହିଁ।

ପୁଲିସ୍‌ ବି ପ୍ରଥମେ ପ୍ରଥମେ ଏହାକୁ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଭାବି ଗୁରୁତ୍ୱ ଦେଉ ନଥିଲା। କିନ୍ତୁ ଧୀରେ ଧୀରେ ଥାନାରେ ଏଭଳି ମାମଲା ସଂଖ୍ୟା ବଢ଼ିବା ପରେ ଜଣାପଡ଼ିଲା ଯେ ଏହା ପଛରେ ଏକ ଗ୍ୟାଙ୍ଗ୍ ରହିଛି।

ଦୁଇ ଦିନ ତଳେ ସାହିବାବାଦ୍ ଥାନାରେ ଏମିତି ଏକ ଅଭିଯୋଗ ହୋଇଛି। ଗତ ତିନି ମାସରେ ସାହିଦାବାଦ ଥାନା ଅଞ୍ଚଳରେ ଏଭଳି ୧୭ଟି ଘଟଣା ଘଟିଛି।

ସେହିଭଳି ଖେଡ଼ା ଥାନା ଅଞ୍ଚଳରେ ଏଭଳି ୭ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଇନ୍ଦିରାପୁରମରେ ଗୋଟିଏ ଓ ଲିଙ୍କ୍ ରୋଡ୍ ଅଞ୍ଚଳରେ ଦୁଇଟି ମାମଲା ସାମ୍ନାକୁ ଆସିଛି।

୨୭ ଜଣ ଯୁବକ ସମାନ ଅଭିଯୋଗ କରିଛନ୍ତି।

ଫିରାଜ୍ ନାମକ ଜଣେ ପୀଡ଼ିତ କହିଛନ୍ତି,“ମୋତେ ଯେଉଁ ଝିଅ ବାହା ହୋଇଥିଲା ତା ନାଁ ଥିଲା ସାରିଫା। ସେ ମୋ ସହିତ ୪ ମାସ ରହିଲା। ତା’ପରେ ନଗଦ ୩୬ ହଜାର ଟଙ୍କା, ଦାମୀ ଜିନିଷ ଓ ପୋଷାକ ଧରି ଫେରାର ହୋଇଗଲା।”

ତେବେ ଏଯାଏ ଜଣେ ବି ‘କନିଆଁ’ ଧରାପଡ଼ି ନାହାନ୍ତି। ପୁଲିସ୍ ତଦନ୍ତ ଚଲାଇଛି।



from Odisha Reporter https://ift.tt/2IbWn5C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages