
ବାରଣାସୀ: ଶବଦାହ କେନ୍ଦ୍ରରେ ଅଘଟଣ। ବାରଣାସୀର ହରିଶ୍ଚନ୍ଦ୍ର ଘାଟରେ ସିଏନ୍ଜି ଗ୍ୟାସ୍(ପ୍ରାକୃତିକ ଗ୍ୟାସ୍) ଶବଦାହ ଗୃହରେ ଆଜି ଅଚାନକ ବିସ୍ଫୋରଣ ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି। ଏହି ଘଟଣାର ମୋବାଇଲ ଭିଡିଓ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ହରିଶ୍ଚନ୍ଦ୍ର ଘାଟରେ ଥିବା ଏହି ଶବଦାହ କେନ୍ଦ୍ରରେ ଆଜି କିଛି ଶବ ସତ୍କାର ପାଇଁ ଆସିଥିଲା।
ତେବେ ଚାମ୍ବର ଭିତରକୁ ଗୋଟିଏ ଶବ ଗଲା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଆଉ ଚାମ୍ବର ଭିତରୁ ନିଆଁ ବାହାରକୁ ବ୍ୟାପି ଯାଇଥିଲା । ବିସ୍ଫୋରଣର ପ୍ରକୋପ ଏତେ ଶକ୍ତିଶାଳି ଥିଲା ଯେ, ଆଖପାଖ ଅଞ୍ଚଳ ଥରି ଉଠିଥିଲା। ତେବେ ଖବର ପାଇ ସେଠାରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ସମ୍ପୂର୍ଣ୍ଣ ଦୃଶ୍ୟକୁ ଲୋକେ ମୋବାଇଲ କ୍ୟାମରାରେ କଏଦ୍ କରିଥିଲେ।
ପ୍ରକାଶଯୋଗ୍ୟ ଯେ, ଗତ ମାସରେ ବାରଣାସୀରେ ଏହି ଶବଦାହ ଗୃହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ଗେଲ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ଏହି ଶବଦାହ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଅପରେଟଙ୍କ କହିବା ଅନୁଯାୟୀ, ଅସାବଧାନତା ପାଇଁ ଏହି ଦୁର୍ଘଟଣା ଘଟିଛି। ପାଇପ୍ଲାଇନ୍ରେ ଗ୍ୟାସ ଫସି ଯିବାରୁ ବିସ୍ଫୋରଣ ହୋଇଥିଲା।
from Odisha Reporter https://ift.tt/2Ca6rwQ
No comments:
Post a Comment