ବଢ଼ିଆ ଚାକିରି ! ବ୍ରାଉନ୍‌ସୁଗାର ବିକିଲେ ମାସକୁ ମିଳୁଛି ୫ ହଜାର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ବଢ଼ିଆ ଚାକିରି ! ବ୍ରାଉନ୍‌ସୁଗାର ବିକିଲେ ମାସକୁ ମିଳୁଛି ୫ ହଜାର !

brown

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରାଉନ୍‌ସୁଗାର ବିକିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଛୋଟ ପିଲାଙ୍କୁ ଚାକିରି ଦିଆଯାଉଛି। ଏଥିପାଇଁ ସେମାନଙ୍କୁ ମାସକୁ ମିଳୁଛି ୫୦୦୦ ଟଙ୍କା ଦରମା। କଥାଟି ଆପଣଙ୍କୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ, ଏହା ସମ୍ପୂର୍ଣ୍ଣ ସତ। ଆଜି ହଳଦି ପଡ଼ିଆ ବସ୍ତିରୁ ଗିରଫ ଜଣେ ବ୍ରାଉନ୍‌ସୁଗାର ବେପାରୀଠାରୁ ଅବକାରୀ ବିଭାଗକୁ ମିଳିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ। ଯାହାକୁ ନେଇ ଅବକାରୀ ବିଭାଗ ଖୋଳତାଡ଼ ଆରମ୍ଭ କରିଛି।

ଆଜି ପୁଣି ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ବିହାରୀ ଯୁବକ ସଞ୍ଜିବ ଲାଲକୁ ଗିରଫ କରିଛି। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରୁ ସପ୍ଲାୟର୍‌ ଆସି ଏଟି ମାଲ୍‌ ଦେଇଥିବା ସେ ଅବକାରୀ ଅଧିକାରୀଙ୍କୁ ଜଣାଇଛି।

ବ୍ରାଉନ୍‌ସୁଗାର କାରବାର ସେ ନିଜେ କରିବା ସହ ଏହି ସାଂଘାତିକ ଅପରାଧରେ ଛୋଟ ପିଲାଙ୍କୁ ମଧ୍ୟ ସାମିଲ କରିଛି। ୩ରୁ ଅଧିକ ଛୋଟ ପିଲାଙ୍କୁ ମାସିକ ୫ ହଜାର ଟଙ୍କା ଦେଇ ବ୍ରାଉନସୁଗାର କାରବାରରେ ଲଗାଯାଇଛି। ଗୋଟିଏ ପୁଡିଆକୁ ୧୦୦ ଟଙ୍କାରେ କିଣି ଏହାକୁ ୩୫୦ ଟଙ୍କାରେ ବିକ୍ରି କରୁଥିଲା ବୋଲି ସେ ଅବକାରୀ ଅଧିକାରୀଙ୍କୁ କହିଛି।

ଗିରଫ ଯୁବକଠାରୁ କିଛି ଚୋରା ବ୍ରାଉନସୁଗାର ବେପାରୀଙ୍କ ତଥ୍ୟ ସଂଗ୍ରହ କରିଛନ୍ତି ଅବକାରୀ ବିଭାଗ। ସେ ଆଜି ଲକ୍ଷ୍ମୀସାଗର ହଳଦୀ ପଡ଼ିଆସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଧରା ପଡ଼ିଥିଲା।



from Odisha Reporter https://ift.tt/2PlyQS8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages