ଦାମବାବୁ ଦୁର୍ନୀତି କଥା ଗୃହରେ ଆଲୋଚନା କଲେ ଭଲ ହୁଅନ୍ତା: ନରସିଂହ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଦାମବାବୁ ଦୁର୍ନୀତି କଥା ଗୃହରେ ଆଲୋଚନା କଲେ ଭଲ ହୁଅନ୍ତା: ନରସିଂହ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପରେ ଗୋଟିଏ ବାଣ ମାରି ରାଜ୍ୟ ସରକାରଙ୍କୁ ଘାଇଲା କରୁଥିବା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏକ ପରାମର୍ଶ ଦେଇଛନ୍ତି।   
 
ସେ କହିଛନ୍ତି-“ଦାମବାବୁଙ୍କ ଭଳି ନେତା ଏନେଇ ବିଧାନସଭାରେ ଆଲୋଚନା କଲେ ଖୁସି ହେବି। ମାତ୍ର ବାହାରେ କହିଲେ କିଛି ଲାଭ ନାହିଁ। ସେ ଯେଉଁ ଦୁର୍ନୀତି କଥା କହୁଛନ୍ତି, ତାହାର ତଦନ୍ତ ହୋଇ ପାରିବ ନାହିଁ। ଅଭିଯୋଗ ପାଇନୁ ବୋଲି ପୁଲିସ କହିବ। ଯଦି ଦାମବାବୁ ଗୃହରେ କୁହନ୍ତେ, ତାହା ହେଲେ ଲିପିବଦ୍ଧ ହୋଇ ରୁହନ୍ତା। ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ବାଧ୍ୟ ହୁଅନ୍ତା।”
 
ସେ କହିଛନ୍ତି-“ସମବାୟ ବିଭାଗ ଦୁର୍ନୀତିର ଗନ୍ତାଘର। ସୋସାଇଟିରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ସବୁ ଜାଗାରୁ ଦୁର୍ନୀତିର ଗନ୍ଧ ଆସୁଛି। ଧାନକିଣା, ବୀମା ଟଙ୍କା ପ୍ରଦାନ, ବ୍ୟାଙ୍କରୁ ଋଣ ନେବା ଓ ଋଣ ପରିଶୋଧ କରିବାରେ ମଧ୍ୟ ଦୁର୍ନୀତି ହେଉଛି। ଏହାର ବ୍ୟାପକ ତଦନ୍ତ ହେବାର ଆବଶ୍ୟକତା ରହିଛି।”


from Odisha Reporter https://ift.tt/2NxN3hM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages