
ଓଭାଲ୍: ଛକା ମାରି ନିଜ ଅନ୍ତର୍ଜାତୀୟ ଟେଷ୍ଟ୍ କ୍ୟାରିୟରର ଶୁଭାରମ୍ଭ କରିଥିବା ଟିମ୍ ଇଣ୍ଡିଆର ୱିକେଟ୍ କିପର ୨୦ ବର୍ଷୀୟ ରିଷଭ ପନ୍ତ ଆଜି ଛକା ମାରି ଟେଷ୍ଟ୍ କ୍ୟାରିୟର୍ର ପ୍ରଥମ ଶତକ ମଧ୍ୟ ହାସଲ କରିଛନ୍ତି।
ଏଥିସହ ଏହି ବାମହାତୀ ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ପ୍ରଥମ ଭାରତୀୟ ୱିକେଟ୍ କିପର ଭାବେ ଇଂଲଣ୍ଡ ମାଟିରେ ଶତକ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରଶିଦ୍ଙ୍କୁ ଛକା ମାରି ଡେବ୍ୟୁ କରିଥିବା ପନ୍ତ ସେହି ରଶିଦ୍ଙ୍କୁ ଛକା ମାରି ଶତକ ହାସଲ କରିଥିଲେ।
ଓଭାଲ୍ ଟଷ୍ଟ୍ରେ ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆ ପାଇଁ ସଙ୍କଟ ମୋଚନକାରୀ ସାଜିଥିବା ଓପନର୍ କେଏଲ୍ ରାହୁଲଙ୍କ ସହ ମିଶି ପନ୍ତ ଭାରତକୁ କିଛି କ୍ଷଣ ଲାଗି ବିଜୟର ବାସ୍ମା ଆଣି ଦେଇଥିଲେ। ଉଭୟ ୬ଷ୍ଠ ୱିକେଟ୍ ପାଇଁ ୨୦୪ ରନ୍ ଯୋଡ଼ି ଇଂଲଣ୍ଡ ବୋଲର୍ଙ୍କୁ ନୟାନ୍ତ କରିଥିଲେ। ତେବେ ରାହୁଲ ୧୪୯ରେ ଓ ରିଷଭ ୧୧୪ ରନ୍ କରି ଆଉଟ ହୋଇଯାଇଛନ୍ତି।
ଶେଷ ଖବର ସୁଦ୍ଧା ଭାରତ ୭ ୱିକେଟ୍ ହରାଇ ୩୩୦ ରନ କରିଛି
କ୍ରମାଗତ ଦୁଇଟି ଟେଷ୍ଟ ମ୍ୟାଚ୍ରେ ଫେଲ୍ ମାରିଥିବା ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଟ୍ରେଣ୍ଟବ୍ରିଜ୍ରେ ଡେବ୍ୟୁ କରିଥିବା ପନ୍ତ ତାଙ୍କ ଇନିଂସ୍କୁ ଛକା ମାରି ଆରମ୍ଭ କରିଥିଲେ। ଇଂଲିଶ ଲେଗ୍ ସ୍ପିନର୍ ଆଦିଲ ରଶିଦ୍ଙ୍କୁ ଲଗ୍ ଅନ୍ରେ ଛକା ମାରି ପନ୍ତ ନିଜର ବିସ୍ଫୋରକ ଅନ୍ଦାଜର ଉଦାହରଣ ଦେଇଥିଲେ।
ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ଇଂଲଣ୍ଡ ଦ୍ରୁତ ବୋଲର୍ ଷ୍ଟୁଆର୍ଟ ବ୍ରଡ୍ ପନ୍ତଙ୍କୁ ୫୧ ବଲ୍ରେ ୨୪ ରନ୍ କରିଥିବା ବେଳେ ଆଉଟ୍ କରିଦେଇଥିଲେ। ଦ୍ୱିତୀୟ ଇନିଂସ୍ରେ ପନ୍ତ ୧ ରନ୍ କରିଥିବା ବେଳେ ଜେମ୍ସ ଆଣ୍ଡରସନ୍ ତାଙ୍କୁ ପ୍ୟାଭିଲିୟନର୍ ରାସ୍ତା ଦେଖାଇଥିଲେ। କିନ୍ତୁ ଭାରତ ଏହି ଟେଷ୍ଟ୍କୁ ୨୦୩ ରନ୍ରେ ଜିତି ନେଇଥିଲା। ୪ର୍ଥ ଟେଷ୍ଟ୍ରେ ମଧ୍ୟ ପନ୍ତ କୌଣସି କମାଲ କରିପାରି ନଥିଲେ। ପନ୍ତ ପ୍ରଥମ ଇଂନିସରେ ଶୂନ ଓ ଦ୍ୱିତୀୟ ଇଂନିସ୍ରେ ମାତ୍ର ୧୮ ରନ୍ କରିଥିଲେ।
୫ମ ଟେଷ୍ଟ୍ର ପ୍ରଥମ ଇନିଂସ୍ରେ ମାତ୍ର ୫ ରନ୍ କରିଥିବା ପନ୍ତ କିନ୍ତୁ ଦ୍ୱିତୀୟ ଇଂନିସ୍ରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ମ୍ୟାଚ୍ର ୭୪ତମ ଓଭରରେ ଆଦିଲ ରଶିଦ୍ଙ୍କୁ ଛକା ମାରି ନିଜ ଟେଷ୍ଟ୍ କ୍ୟାରିୟର୍ ପ୍ରଥମ ଶତକ ହାସଲ କରିଥିଲେ।
from Odisha Reporter https://ift.tt/2CLIJHq
No comments:
Post a Comment