ଡାକ୍ତରଖାନାରେ ୪୫ ଦିନରେ ମଲେଣି ୭୧ ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଡାକ୍ତରଖାନାରେ ୪୫ ଦିନରେ ମଲେଣି ୭୧ ଶିଶୁ

rtrttt

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାହରାଇଚ୍ ଜିଲ୍ଲା ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଜାରି ରହିଛି। ଗତ ୪୫ ଦିନରେ ଏଠାରେ ୭୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି।
ଡାକ୍ତରଖାନାର ଅଧୀକ୍ଷକ କହିଛନ୍ତି,“ବିଭିନ୍ନ ରୋଗ କାରଣରୁ ଏହି ଶିଶୁମାନଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ୨୦୦ଟି ବେଡ୍ ରହିଛି। ହେଲେ ଡାକ୍ତରଖାନାରେ ୪୫୦ ରୋଗୀ ଭର୍ତ୍ତି ହୋଇଛି। ଆମେ ଆମ ସାମର୍ଥ୍ୟ ଅନୁଯାୟୀ ଯାହା କରିବା କଥା କରୁଛୁ।”
ସେହିଭଳି ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଗତ ଛଅ ସପ୍ତାହରେ ଅଜଣା ରୋଗରେ ୭୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏନେଇ ବିଭିନ୍ନ ସ୍ଥାନରେ କଡ଼ା ନଜର ରଖିବାକୁ ଗତ ବୁଧବାର ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ମେଡିକାଲ୍‌ ଟିମ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଣେ ସରକାରୀ ଅଧିକାରୀ କହିଛନ୍ତି,“ଗତ ଦେଢ଼ ମାସରେ ଅଜଣା ଜ୍ୱରରେ ୭୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ବରେଲୀରେ ସର୍ବାଧିକ ଲୋକ ମରିଛନ୍ତି। ଏଠାରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଦାୟୁଁରେ ୨୩ ଜଣ, ହରଦୋଇରେ ୧୨, ସୀତାପୁରରେ ୮, ବାହରାଇଚ୍‌ରେ ୬, ପିଲିଭିଟ୍‌ରେ ୪ ଓ ଶାହଜହାଁପୁରରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।”



from Odisha Reporter https://ift.tt/2MPb1AN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages